ଫ୍ୟାଶନ୍‌: ମ୍ୟାକ୍ସି ଡ୍ରେସ୍‌

ଆଜିକାଲି ମା୍ୟାକ୍ସି ଡ୍ରେସ୍‌କୁ ଯୁବତୀମାନେ ବହୁତ ପସନ୍ଦ କରୁଛନ୍ତି। ଏହା କମ୍ଫଟେବୁଲ ହେବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ଦେଇଥାଏ। ତେବେ କମ୍‌ ଉଚ୍ଚତା ଥିବା ଯୁବତୀମାନେ ଏହାକୁ ପିନ୍ଧିବା ସମୟରେ କିଛି କଥା ଉପରେ ଧ୍ୟାନ ଦେବା ଜରୁରୀ। ନଚେତ୍‌ ଲୁକ୍‌ ଖରାପ ହେବା ସହ ଆପଣ

ଅଧିକ ମୋଟା ଦେଖାଯିବେ….
ବେଲ୍ଟ ସହ ପେୟାର କରନ୍ତୁ- ଏହାଦ୍ୱାରା କେବଳ ଯେ ଷ୍ଟାଇଲିଶ୍‌ ଲୁକ୍‌ ମିଳିବ ତାହା ନୁହେଁ, ବରଂ ଶରୀର ସମାନଭାବେ ଡିଭାଇଡ୍‌ ହୋଇ ଲୋୟର ବଡି ପାର୍ଟକୁ ଲେନ୍ଥ ମିଳେ। ତେଣୁ ଟଲ୍‌ ଲୁକ୍‌ ମିଳିଥାଏ।

ଅଧିକ ଭଲ୍ୟୁମ୍‌ ତଥା ଅଧିକ ଢିଲା ମ୍ୟାକ୍ସି ଡ୍ରେସ୍‌ଠାରୁ ଦୂରେଇ ରୁହନ୍ତୁ- ଆପଣ ଯେଉଁ ମ୍ୟାକ୍ସି ଡ୍ରେସ୍‌ ବାଛନ୍ତୁ ନା କାହିଁକି ତାହା ଆଦୌ ଢିଲା ତଥା ଅଧିକ ଭଲ୍ୟୁମ ବାଲା ହୋଇ ନ ଥିବା ଜରୁରୀ। କାରଣ ଏଭଳି ମ୍ୟାକ୍ସି ଡ୍ରେସ୍‌ ପିନ୍ଧିଲେ ଆପଣ ମୋଟା ଓ କମ୍‌ ହାଈଟ୍‌ର ଦେଖାଯିବେ। ସ୍ଲିମ୍‌ ଫିଟ୍‌ ମ୍ୟାକ୍ସି ଡ୍ରେସ୍‌ କମ୍‌ ଉଚ୍ଚତା ଥିବା ଯୁବତୀଙ୍କ ପାଇଁ ପରଫେକ୍ଟ। ଏଥିରେ ଆପଣ ଡେଙ୍ଗା ଦେଖାଯିବେ।

ସ୍ଲିଟ୍‌ ଥିବା ମ୍ୟାକ୍ସି ଡ୍ରେସ୍‌-ସ୍ଲିଟ୍‌ ବାଲା ମ୍ୟାକ୍ସି ଡ୍ରେସ୍‌ ଆପଣଙ୍କ ପାଇଁ ବେଷ୍ଟ। ଏହାଦ୍ୱାରା ଆପଣଙ୍କ ଗୋଡକୁ ଏକ ଫ୍ରେମ୍‌ ମିଳିବ ଓ ତାହା ଲମ୍ବା ଦେଖାଯିବ। ସ୍ଲିଟ୍‌ର ଲମ୍ବା ନିଜ ପସନ୍ଦ ମୁତାବକ ବାଛନ୍ତୁ ଓ ଷ୍ଟାଇଲିସ୍‌ ଲୁକ୍‌ ପାଆନ୍ତୁ।

ମୋନୋକ୍ରୋମ୍‌ ହେଉଛି ପରଫେକ୍ଟ ଅପ୍ସନ-ଆପଣ ଯେକୌଣସି ସିଙ୍ଗଲ ଡାର୍କ କଲର୍‌ ବା ମୋନୋକ୍ରୋମ୍‌ ମ୍ୟାକି୍ସ ଡ୍ରେସ୍‌ ପିନ୍ଧନ୍ତୁ। ଏହାଦ୍ୱାରା ଶରୀରକୁ ସିଙ୍ଗଲ ଫ୍ରେମ୍‌ ଲୁକ୍‌ ମିଳିବ। ଯାହାଦ୍ୱାରା ଆପଣ ଡେଙ୍ଗା ଦେଖାଯିବେ। ବ୍ଲାକ, ରୟାଲ ବ୍ଲୁ, ଗ୍ରୀନ୍‌, ରେଡ୍‌ ପରି ଡାର୍କ କଲର୍‌ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ଅଟେ।

ଷ୍ଟ୍ରାଇପ୍‌ ଓ ପ୍ରିଣ୍ଟ- ହାଇଟ୍‌ କମ୍‌ ହୋଇଥିଲେ ସବୁବେଳେ ଭର୍ଟିକାଲ ଷ୍ଟ୍ରାଇପ୍‌ ପିନ୍ଧନ୍ତୁ। ଏହାଦ୍ୱାରା ଆପଣ ଡେଙ୍ଗା ଦେଖାଯିବେ। ଆଉ ପରଫେକ୍ଟ ଲୁକ୍‌ ମିଳିବ। ଯଦି ପ୍ରିଣ୍ଟେଡ ମ୍ୟାକ୍ସି ଡ୍ରେସ୍‌ କିଣିବାକୁ ଚାହୁଁଛନ୍ତି ତେବେ ଛୋଟ ପ୍ର୍ରିଣ୍ଟ୍‌ର ମ୍ୟାକ୍ସି ଡ୍ରେସ୍‌ ବାଛନ୍ତୁ। ବଡ଼ ପ୍ରିଣ୍ଟ ପିନ୍ଧିଲେ ହାଇଟ୍‌ କମ୍‌ ଲାଗିବା ସହ ପରଫେକ୍ଟ ଲୁକ୍‌ ମିଳିବ ନାହିଁ।