ଭାଜପାକୁ ସର୍ବାଧିକ ପୋଷ୍ଟାଲ ଭୋଟ

ବାରିପଦା,୯ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲାରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପାକୁ ଅଧିକ ପୋଷ୍ଟାଲ ଭୋଟ ମିଳିଛି। ସର୍ବାଧିକ ଭୋଟ ବ୍ୟବଧାନରେ ବିଧାୟକ ଓ ଲୋକସଭା ଏମ୍‌ପି ବିଜୟୀ ହୋଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ପୋଷ୍ଟାଲ ଭୋଟ ଅଧିକ ଭାଜପାକୁ ଯାଇଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ତାହା ଦେଖିବାକୁ ମିଳିଛି। ୯ ଗୋଟି ବିଧାନସଭା ମଧ୍ୟରୁ ଉଦଳାରେ ସର୍ବାଧିକ ୧୫୧୭ ଓ କରଞ୍ଜିଆ ନିର୍ବାଚନମଣ୍ଡଳୀରେ ସର୍ବନିମ୍ନ ୩୩୦ଟି ପୋଷ୍ଟାଲ ଭୋଟ ପଡ଼ିଛି। ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ମୋଟ ୮ହଜାର ୩୩୮୧ ପୋଷ୍ଟାଲ ଭୋଟ ମିଳିଛି ା
କମିଶନରଙ୍କ ସୂଚନା କ୍ରମେ, ଜିଲାର ୯ ବିଧାନସଭା ନିର୍ବାଚନମଣ୍ଡଳୀରେ ୮, ୮୮୨ଖଣ୍ଡ ପୋଷ୍ଟାଲ ଭୋଟ ମିଳିଛି। ସେଥି ମଧ୍ୟରୁ ବଡ଼ସାହିରେ ୭୯୬, ବାରିପଦାରେ ୧୨୮୪, ମୋରଡ଼ାରେ ୧୧୪୮, ବାଙ୍ଗରିପୋଷିରେ ୮୮୦, ସାରସକଣାରେ ୯୨୩, ରାଇରଙ୍ଗପୁରରେ ୧୦୧୬, ଯଶିପୁରରେ ୯୮୮, କରଞ୍ଜିଆରେ ୩୩୦ ଓ ଉଦଳାରେ ୧୫୧୭ ପୋଷ୍ଟାଲ ଭୋଟ ପ୍ରାପ୍ତ ହୋଇଛି। ସେହିପରି ମୟୂରଭଞ୍ଜ ଲୋକସଭା କ୍ଷେତ୍ରରୁ ୧୧ ଲକ୍ଷ ୭୪ ହଜାର ୫୦ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ନବ ଚରଣ ମାଝୀଙ୍କୁୁ ସର୍ବାଧିକ ୫,୩୯୨, ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ୧୮୯୨, ଜେଏମଏମ ପ୍ରାର୍ଥିନୀ ଅଞ୍ଜନୀ ସୋରେନଙ୍କୁ ୬୮୬ ଓ ନୋଟାକୁ ୧୦୦ ଖଣ୍ଡ ପୋଷ୍ଟାଲ ଭୋଟ ମିଳିଛି। ସେହିପରି ବଡ଼ସାହି ନିର୍ବାଚନମଣ୍ଡଳୀରେ ମୋଟ ୧, ୫୨, ୪୫୭ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ସନାତନ ବିଜୁଳୀଙ୍କୁ ୪୯୭, ବିଜେଡି ପ୍ରାର୍ଥିନୀ ଅନୁସୟା ପାତ୍ରଙ୍କୁ ୧୮୫ ଓ କଂଗ୍ରେସ ପ୍ରାର୍ଥୀ କ୍ଷୀରୋଦ ପାତ୍ରକୁ ୧୦୦ ଓ ନୋଟାରେ ୬ ଖଣ୍ଡ ପୋଷ୍ଟାଲ ଭୋଟ ପଡିଛି। ବାରିପଦା ନିର୍ବାଚନମଣ୍ଡଳୀରେ ମୋଟ ୧,୬୧, ୭୫୭ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ପ୍ରକାଶ ସୋରେନଙ୍କୁ ୭୪୭, ବିଜେଡି ପ୍ରାର୍ଥୀ ସାନନ୍ଦ ମାରାଣ୍ଡିଙ୍କୁ ୩୬୬, କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ହେମ୍ବ୍ରମଙ୍କୁ ୧୦୯ ଓ ନୋଟାରେ ୩୦ଟି ପୋଷ୍ଟାଲ ଭୋଟ ପଡିଛି। ମୋରଡ଼ା ନିର୍ବାଚନମଣ୍ଡଳୀରେ ୧,୭୯,୯୭୮ ମତଦାନ ସେଥି ମଧ୍ୟରୁ ଭାଜପା ପ୍ରାର୍ଥୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ୬୬୩, ବିଜେଡି ପ୍ରାର୍ଥିନୀ ପ୍ରୀତିନନ୍ଦା କାନୁନଗୋଙ୍କୁ ୨୭୧, କଂଗ୍ରେସ ପ୍ରାର୍ଥୀ ପ୍ରଭାସ କରମହାପାତ୍ରଙ୍କୁ ୮୨, ଜେଏମଏମ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ଦାସଙ୍କୁ ୫୩ ଓ ନୋଟାରେ ୨ଖଣ୍ଡ ପୋଷ୍ଟାଲ ଭୋଟ ପଡିଛି। ସେହିପରି ବାଙ୍ଗରିପୋଷି ନିର୍ବାଚନମଣ୍ଡଳୀରେ ୧,୭୫,୮୨୦ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥିନୀ ସଞ୍ଜଳୀ ମୁର୍ମୁଙ୍କୁ ୫୧୪, ବିଜେଡି ପ୍ରାର୍ଥିନୀ ରଞ୍ଜିତା ମାରାଣ୍ଡିଙ୍କୁ ୨୫୪, କଂଗ୍ରେସ ପ୍ରାର୍ଥୀ ମୂରଲୀଧର ନାଏକକୁ ୫୮, ଜେଏମଏମ ପ୍ରାର୍ଥୀ ବିଷ୍ଣୁ ସିଂଙ୍କୁ ୨୯ ଓ ନୋଟାରେ ୫ଟି ପୋଷ୍ଟାଲ ଭୋଟ ପଡ଼ିଛି। ସାରସକଣା ବିଧାନସଭା ନିର୍ବାଚନମଣ୍ଡଳୀରେ ୧, ୫୭, ୧୩୬ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ଭାଦବ ହଁାସଦାଃଙ୍କୁ ୪୯୦, ବିଜେଡି ପ୍ରାର୍ଥୀ ଡା. ଦେବାଶିଷ ମାରାଣ୍ଡିଙ୍କୁ ୨୩୨, କଂଗ୍ରେସ ପ୍ରାର୍ଥୀ ରାମ ସୋରେନକୁ ୯୧, ଜେଏମଏମ ପ୍ରାର୍ଥୀ ଅଞ୍ଜନୀ ସୋରେନଙ୍କୁ ୬୫ ଓ ନୋଟାରେ ୭ ଖଣ୍ଡ ପୋଷ୍ଟାଲ ଭୋଟ ମିଳିଛି। ରାଇରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୧, ୬୯, ୮୦୬ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ଜୋଲେନ ନାଏକକୁ ୪୬୫, ବିଜେଡି ପ୍ରାର୍ଥୀ ରାଇସେନ ମୁର୍ମୁକୁ ୨୭୯, କଂଗ୍ରେସ ପ୍ରାର୍ଥୀ ଯୋଗେନ୍ଦ୍ର ବାନରାକୁ ୧୦୯, ଜେଏମଏମ ପ୍ରାର୍ଥୀ ସୁନାରାମ ଟୁଡୁ ୯୮ ଓ ନୋଟାରେ ୧୩ ଖଣ୍ଡ ପୋଷ୍ଟାଲ ଭୋଟ ପଡ଼ିଛି। ସେହିପରି ଯଶିପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୧, ୬୯, ୯୧୩ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ୫୯୭, ବିଜେଡି ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମଙ୍କୁ ୨୪୧, କଂଗ୍ରେସ ପ୍ରାର୍ଥିନୀ ଶ୍ୱେତା ଚାତାରଙ୍କୁ ୧୦୧ ଓ ନୋଟାରେ ୬ଟି ପୋଷ୍ଟାଲ ଭୋଟ ପଡ଼ିଛି। କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ୧, ୫୦, ୩୧୯ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ପଦ୍ମ ଚରଣ ହାଇବୁରଙ୍କୁ ୧୮୭, ବିଜେଡି ପ୍ରାର୍ଥିନୀ ବାସନ୍ତୀ ହେମ୍ବ୍ରମଙ୍କୁ ୬୨, କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀଧର ସିଂ ୪୧ ଓ ନୋଟାରେ ୪ ଖଣ୍ଡ ପୋଷ୍ଟାଲ ଭୋଟ ପଡିଛି। ଉଦଳା ବିଧାନସଭା ନିର୍ବାଚନମଣ୍ଡଳୀରେ ୧, ୫୮, ୦୮୧ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ଭାସ୍କର ମଢେଇଙ୍କୁ ୮୯୮, ବିଜେଡି ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କୁ ୪୫୩, କଂଗ୍ରେସ ପ୍ରାର୍ଥୀ ଦୁର୍ଗା ଚରଣ ଟୁଡୁଙ୍କୁୁ ୮୭, ଜେଏମ୍‌ଏମ୍‌ ପ୍ରାର୍ଥୀ ଚକ୍ରଧର ସିଂ ୧୭ ଓ ନୋଟାରେ ୧୮ ଖଣ୍ଡ ପୋଷ୍ଟାଲ ଭୋଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ରାଜ୍ୟରେ ହେବ ଆଉ ୨୦ NAC: ମନ୍ତ୍ରୀ

ଭୁବନେଶ୍ୱର,୨୩ା୪: ରାଜ୍ୟରେ ଆଉ ନୂଆ ୨୦ NAC ଗଠନ ପାଇଁ ପ୍ରକ୍ରିୟା ତ୍ୱରିତ ହୋଇଛି। NAC ହେବା ପାଇଁ ଜିଲାଗୁଡ଼ିକରୁ ଆସିଛି ରିପୋର୍ଟ। ତେବେ ତର୍ଜମା...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Pahalgam Terror Attack Update: ଘାଟିରୁ ଅଟକ ହେଲେଣି ୧୫ଶହରୁ ଅଧିକ

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷା ବାହିନୀ ଘାଟିରୁ ୧୫୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି।...

BJD: ରାଜ୍ୟ ସଭାରେ ଓ୍ବକଫ୍‌ ବିଲ୍‌ ଭୋଟିଂକୁ ନେଇ ଆଜି ସତ କହିଦେଲେ ସୁଲୋତା, ରାଜନୀତି ହଲଚଲ

ଭୁବନେଶ୍ୱର,୨୩।୪: ୱକଫ୍‌ ଭୋଟିଂକୁ ତାତି ଟିକିଏ କମିଥିବାବେଳେ ପୁଣି ବଡ଼ ବୟାନ ଦେଇଛନ୍ତି ବିଜେଡି ରାଜ୍ୟ ସଭା ଏମପି ସୁଲତା ଦେଓ। ଏପ୍ରିଲ ୪ରେ ରାଜ୍ୟ...

ଆମ କଳିକା କେନ୍ଦ୍ର ଉଦ୍‌ଘାଟିତ: ଶିଶୁମାନଙ୍କ ଲାଳନପାଳନରେ ହେବ ସହାୟକ

କେନ୍ଦୁଝର,୨୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକେ ଆମ କଳିକା କେନ୍ଦ୍ର (କ୍ରେଚ୍‌) କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।...

Gold: ସୁନାଦର ଖସିବା ଭିତରେ ଆସିଲା ବଡ଼ ଖବର: ଅକ୍ଷୟ ତୃତୀୟାରେ ଏତେ ଶସ୍ତାରେ ମିଳିବ ସୁନା! ମେକିଂଚାର୍ଜ ପାଇଁ…

ନୂଆଦିଲ୍ଲୀ,୨୩।୫: ଅକ୍ଷୟ ତୃତୀୟା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ଦିନ ସୁନା କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ।...

ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପୂର୍ବ ସୂଚନାଗୁଡ଼ିକ…

ଭୁବନେଶ୍ୱର,୨୩ା୪:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡିକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image