ଶୀତଳ ହେଲା ଶିମିଳିପାଳ

ବାରିପଦା,୧୧।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ପରିପୂର୍ଣ୍ଣ ପ୍ରକୃତି ରାଣୀ ଶିମିଳିପାଳକୁ ପ୍ରାକୃତିକ ବର୍ଷାରୁ ସୁରକ୍ଷା ମିଳିଛି। ଶୀତଳ ହୋଇଛି ଅଭୟାରଣ୍ୟ ବନାଗ୍ନି। ଦୀର୍ଘ ୫୦ଦିନ ଧରି ଜଳୁଥିବା ଶିମିଳିପାଳ ଅଭୟାରଣ୍ୟରେ ବର୍ଷା ଯୋଗୁ ନିଆଁ ପ୍ରଶମିତ ହୋଇଛି। ଫଳରେ କର୍ମଚାରୀମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ପରିବଶେବିତ୍‌ମାନେ ଖୁସି ପ୍ରକଟ କରିଛନ୍ତି।

ଜିଲାରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହୋଇଥିଲା । ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ବର୍ଷା ହେବାରୁ ବାରିପଦା ସହର ଜଳାର୍ଣ୍ଣବ ହୋଇପଡ଼ଥିଲା। ବାରିପଦାରେ ସର୍ବାଧିକ ୫୧.୮୧ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ପିଠାବଟାରେ ୮.୮୯ ମି.ମି. ଦକ୍ଷିଣରେ ୯.୬୫ ମି.ମି., ନଅଁଣା ସାଉଥ୍‌ରେ ୬.୪୦ ମି.ମି., ନଅଁଣା ନର୍ଥରେ ୪୮ମି.ମି., ଡୁକୁରାରେ ୫୦.୮୦ମି.ମି., ବରେହିପାଣି ଅଞ୍ଚଳରେ ୨୦.୦୬ ମି.ମି., କୁଳିପାଳରେ ୩୧.୪୯ ମି.ମି., ଭଞ୍ଜବସାରେ ୫.୩୩ ମି.ମି., ଉପର ବାରହାକାମୁଡ଼ାରେ ୨.୨୦ ମି.ମି., ଜେନାବିଲରେ ୧୧.୬୮ ମି.ମି., ପୋଡାଡିହାରେ ୬.୮୫ ମି.ମି., ସାତକୋଶିଆରେ ୪.୫୭ ମି.ମି., ଠାକୁରମୁଣ୍ଡାରେ ୨.୫୪ ମି.ମି., କେନ୍ଦୁମୁଣ୍ଡିରେ ୩୧.୭୫ ମି.ମି., ଜେନାବିଲରେ ୧୧.୬୮ ମି.ମି., କବାଟଘାଇରେ ୩୧.୭୫ ମି.ମି., ଚହଲାରେ ୫.୮୦ ମି.ମି., ରାମତୀର୍ଥରେ ୮.୮୯ମିମି ବର୍ଷା ହୋଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ଉପନିର୍ଦ୍ଦେଶକ ସାଇ କିରଣ ପ୍ରକାଶ କରିଛନ୍ତି ା

ତେବେ ବର୍ଷା ପାଇଁ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭିଥିବାରୁ ଜିଲାବାସୀଙ୍କୁ ଉତ୍ତାପରୁ ଆଶ୍ୱସ୍ତି ମିଳିଛି। ଏନେଇ ପରିବେଶବିତ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଶିମିଳିପାଳ ଅଭୟାରଣ୍ୟରେ ପ୍ରତି ବର୍ଷ ନିଆଁ ଲାଗିବା ନୂଆ ଘଟଣା ନୁହେଁ । ଖରାଦିନେ ନିଆଁ ଲାଗିବା ଓ ତାକୁ ତୁରନ୍ତ ଆୟତ୍ତ କରିବାରେ ସ୍ଥାନୀୟ ଲୋକଙ୍କ ସହଯୋଗ ରହିଥାଏ ।

ବନ କର୍ମଚାରୀଙ୍କ ସହ ମିଳିମିଶି ଖୁବ୍‌ ଶୀଘ୍ର ନିଆଁକୁ ଲିଭାଇବା ସହ ଶିକାରକୁ ରୋକିବାରେ ଲୋକେ ସାହାଯ୍ୟ କରିଥାନ୍ତି। ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରୁଥିବା ଲୋକମାନେ ହିଁ ଜଙ୍ଗଲ ସୁରକ୍ଷାରେ ନିଜକୁ ନିୟୋଜିତ କରିଥାନ୍ତି। ମାତ୍ର ୨୦୧୬ ପରଠାରୁ ବନ ବିଭାଗର କଟକଣା ଓ ସମ୍ପର୍କ ବିଚ୍ଛିନ୍ନ ହେବାରୁ ଲୋକେ ଅସହଯୋଗ ଆରମ୍ଭ କରିଛନ୍ତି। ବିଭାଗ ପକ୍ଷରୁ ସ୍ଥାନୀୟ ବନବାସୀ ଓ ଅଞ୍ଚଳବାସୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ସହ ସଚେତନତା ସୃଷ୍ଟି କଲେ ବନାଗ୍ନିକୁ ସହଜରେ ରୋକାଯାଇପାରିବ ବୋଲି କହିଛନ୍ତି। ସେହିପରି ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକମାନଙ୍କୁ ରୋଜଗାରର ପନ୍ଥା ଯୋଗାଇ ଦିଆଗଲେ ଅଭୟାରଣ୍ୟ ସୁରକ୍ଷାରେ ସୈନିକ ଭାବେ କାର୍ଯ୍ୟ କରିବେ ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri