Categories: ଖେଳ

ବୋଲରଙ୍କୁ କ୍ଷମା ଦେଲେନି ମ୍ୟାକ୍ସଓ୍ବେଲ

ବେଲବୋର୍ନ,୧୯।୧: ଚଳିତ ବିଗ୍‌ ବାଶ ଲିଗ୍‌ (ବିବିଏଲ୍‌)ରେ ବୁଧବାର ହୋବାର୍ଟ ହରିକେନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ୧୫୪ ରନ୍‌ର ବିସ୍ଫୋରକ ପାଳି ଖେଳି ଅପରାଜିତ ରହିଛନ୍ତି ଗ୍ଲେନ ମ୍ୟାକ୍ସଓ୍ବେଲ। ସର୍ବଦା ମଧ୍ୟକ୍ରମରେ ବ୍ୟାଟିଂ କରୁଥିବା ମେଲବୋର୍ନ ଷ୍ଟାର୍ସ ଅଧିନାୟକ ଏଥର ଓପନିଂ ଆସିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କୌଣସି ବୋଲରଙ୍କୁ କ୍ଷମା ଦେଇ ନ ଥିଲେ ମ୍ୟାକ୍ସଓ୍ବେଲ। ଏପରି ମାଡ଼ ଦେଇଥିଲେ ଯେ, ପ୍ରତିପକ୍ଷ ଦଳକୁ ୮ ବୋଲର ବ୍ୟବହାର କରିବାକୁ ପଡ଼ିଥିଲା। କିନ୍ତୁ ପ୍ରତ୍ୟେକ ବୋଲରଙ୍କ ଠାରୁ ଓଭର ପିଛା ପ୍ରାୟ ୧୧ (୧୦.୭୦) ରନ୍‌ ହାରରେ ରନ୍‌ ଆଦାୟ କରିଥିଲେ। ସେ ମାତ୍ର ୬୪ ବଲରେ ଖେଳିଥିଲେ ୧୫୪ ରନ୍‌ର ପାଳି ୧୫୪ ରନ୍‌ର ପାଳି। ତାଙ୍କ ପାଳିରେ ସାମିଲ ଥିଲା ୨୨ ଚୌକା ଓ ୪ ଛକା। ଏହା ବିବିଏଲ୍‌ ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏଥିପୂର୍ବରୁ ଏହି ରେକର୍ଡ ଥିଲା ମାର୍କସ ଷ୍ଟୋଇନିସ (୧୪୭*)ଙ୍କ ନାମରେ। କୌତୁହଳର କଥା ହେଲା, ମ୍ୟାକ୍ସଓ୍ବେଲ ବିବିଏଲ୍‌ ରେକର୍ଡ ଭାଙ୍ଗିଲା ବେଳେ କ୍ରିଜ୍‌ର ଅପରପକ୍ଷରେ ଛିଡ଼ା ହୋଇଥିଲେ ଷ୍ଟୋଇନିସ। ସେ ୩୧ ବଲରେ ୪ ଚୌକା ଓ ୬ ଛକା ସହାୟତରେ ୭୫ ରନ୍‌ କରିଥିଲେ। ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ମେଲବୋର୍ନ ଷ୍ଟାର୍ସ ୨୦ ଓଭରରେ ୨ ଉଇକେଟ ହରାଇ ୨୭୩ ରନ୍‌ କରିଥିଲା।

Share