ମେ’ ମାସ ସାଜିଲା ଘାତକ: ୯୯ ହଜାର ୬୮୦ କରୋନା ଆକ୍ରାନ୍ତଙ୍କ ଜୀବନ ନେଲା…

ନୂଆଦିଲ୍ଲୀ,୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ମେ’ ମାସରେ କରୋନା ଘାତକ ସାଜିଛି। ଏହି ମାସରେ ଦେଶରେ ସର୍ବାଧିକ ୯୯ ହଜାର ୬୮୦ କରୋନା ଆକ୍ରାନ୍ତ ଜୀବନ ଯାଇଛି। ଏହା ପୂର୍ବରୁ ୨୦୨୦ ଡିସେମ୍ବର ମାସରେ ଆମେରିକାରେ ୮୩ ହଜାର ୮୪୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୧ ଏପ୍ରିଲ୍‌ରେ ବ୍ରାଜିଲ୍‌ରେ ୮୨ ହଜାର ୪୦୧ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାରେ ଭାରତ ମେ’ ମାସରେ ପୃଥିବୀରେ ରେକର୍ଡ କରିଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶର ବିଭିନ୍ନ ଶ୍ମଶାନ ଏବଂ କବରସ୍ତାନରେ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସେଭଳି ସ୍ଥିତି ଜାରି ରହିଛି। ଦେଶର କରୋନା ମହାମାରୀ ସ୍ଥିତି ସମ୍ପର୍କରେ ଶ୍ମଶାନ ଏବଂ କବରସ୍ତାନରୁ ସୂଚନା ମିଳୁଛି।

Share