ଭାଇଚାରା ବଜାୟ ରହୁ

ଦେଶର ପ୍ରକୃତ ବିକାଶ କେବଳ ଭିତ୍ତିଭୂମିର ଉନ୍ନତି ଓ ଅର୍ଥନୈତିକ ପ୍ରଗତି ଉପରେ ନିର୍ଭର କରେନାହିଁ। ଦେଶର ଲୋକମାନଙ୍କ ମଧ୍ୟରେ ଶାନ୍ତିିପୂର୍ଣ୍ଣ ସହାବସ୍ଥାନ ବିନା ପ୍ରକୃତ ବିକାଶ ସମ୍ଭବ ନୁହେଁ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଆମ ଦେଶର ଜନସାଧାରଣ ପରସ୍ପର ସହିତ ସ୍ନେହ, ପ୍ରେମ ଓ ଭାଇଚାରାର ଭାବନାରେ ଯୋଡ଼ିହୋଇ ରହିବା ଅତ୍ୟନ୍ତ ଜରୁରୀ। ନ ହେଲେ ହିଂସା ଓ ଘୃଣାର ବଣିକମାନେ ଲୋକମାନଙ୍କୁ ଭାଗ ଭାଗ କରିବା ପାଇଁ ଯେପରି ଭାବେ ଚେଷ୍ଟା କରୁଛନ୍ତିି, ତା’ର ଶିକାର ହେବାକୁ ବେଶି ସମୟ ଲାଗିବ ନାହିଁ। ମିଛ ଓ ଅର୍ଦ୍ଧସତ୍ୟ ତତ୍ତ୍ୱ, ଭୁଲ୍‌ ତଥ୍ୟ ଆଦି ଧରି ସେମାନେ ପ୍ରତି ମୂହୂର୍ତ୍ତରେ ବିଷର ମଞ୍ଜି ବୁଣିବାରେ ଲାଗିଛନ୍ତିି। ସାମାନ୍ୟ ଅସାବଧାନ ହେଲେ ଧର୍ମ, ଜାତି, ବର୍ଗ ଆଦିକୁ ନେଇ ଖଣ୍ଡ ଖଣ୍ଡ ହେବାକୁ ବେଶି ଡେରି ହେବ ନାହିଁ। ତେଣୁ ପ୍ରତିକାର ସ୍ବରୂପ ଆମ ଦେଶ ଭାରତ ଯୋଡ଼ି ହୋଇରହିବା ଜରୁରୀ। କେବଳ ଦେଶର ଭୂଗୋଳ ନୁହେଁ , ଜନସାଧାରଣଙ୍କ ମନ ବି।
ବିବିଧତା ମଧ୍ୟରେ ଏକତାର ଦେଶ ଭାରତବର୍ଷ। ଅନେକ ବିବିଧତା ସତ୍ତ୍ୱେ ଏକତା ହିଁ ଆମର ବିଶେଷତ୍ୱ। କିନ୍ତୁ ସମ୍ପ୍ରତି କିଛି ବର୍ଷ ହେବ ଦେଖାଯାଉଛି ଯେ, ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉଦ୍ଦେଶ୍ୟମୂଳକ ଭାବେ ସାରା ଦେଶରେ ଘୃଣା ଓ ହିଂସାର ବାତାବରଣକୁ ଉସ୍‌କେଇବାରେ ଲାଗିଛନ୍ତି। ସେହି ଗୋଷ୍ଠୀର ଆଇଟି ସେଲ୍‌ ଏହି କାମକୁ ଅତ୍ୟନ୍ତ ନିଷ୍ଠାର ସହ କରି ଲୋକମାନଙ୍କ ମନରେ ଘୃଣାର ମଞ୍ଜି ବୁଣୁଛନ୍ତି । ଏଥିରେ କେଉଁ ଧର୍ମ ବା ବର୍ଗକୁ ଛୋଟ କରି ଦେଖେଇବାର କୁତ୍ସିତ ପ୍ରୟାସ କରାଯାଉଛି କିମ୍ବା ଏକାଧିକ ମିଛ ଭିତ୍ତିହୀନ ମନ୍ତବ୍ୟ ମାଧ୍ୟମରେ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ଘୃଣା କରିବା ପାଇଁ ଭରପୂର ମସଲା ଯୋଗାଇ ଦିଆଯାଉଛି। ନିଜ ଧର୍ମକୁ ସମ୍ମାନ ଦେବା ବା ମାନିବାରେ କୌଣସି ଅସ୍ବାଭାବିକତା ନାହିଁ। କିନ୍ତୁ ନିଜ ଧର୍ମକୁ ଭଲପାଇବା ସହିତ ଅନ୍ୟ ଧର୍ମ ଓ ଧର୍ମାବଲମ୍ବୀମାନଙ୍କୁ ଘୃଣା କରିବାରେ ହିଁ ଅସଲ ବିପଦ। ଏପରି ଭାବନା ହିଁ ଜନ୍ମ ଦିଏ ଭୟ, ହିଂସା ଓ ଅଶାନ୍ତିି। କେବଳ ଆଇଟି ସେଲ୍‌ ନୁହେଁ, ସେମାନଙ୍କ ପୁଞ୍ଜିରେ ପ୍ରତିପାଳିତ ଗଣମାଧ୍ୟମ ଗୋଷ୍ଠୀ ମଧ୍ୟ ଆମ ଦେଶର ଭାଇଚାରା ଭାବନାକୁ ପ୍ରତି ମୁହୂର୍ତ୍ତରେ ହତ୍ୟା କରିବାକୁ ଚେଷ୍ଟିତ।
ଆମ ଭିତରୁ ଅନେକଙ୍କର ଅନ୍ୟ ଧର୍ମ ବା ଧର୍ମାବଲମ୍ବୀଙ୍କ ବିଷୟରେ କୌଣସି ବି ପ୍ରତ୍ୟକ୍ଷ ଧାରଣା ତଥା ଅଭିଜ୍ଞତା ନାହିଁ। କିନ୍ତୁ ପରିସ୍ଥିତି ଏପରି ହୋଇଯାଇଛି ଯେ, ପାଟି ଖୋଲିବା ମାତ୍ରେ ଆମେ ଅନ୍ୟ ଧର୍ମର ଲୋକମାନଙ୍କୁ ଗାଳି କରିବାକୁ ପଛାଉ ନାହେଁ। ୫ଶହ ବର୍ଷ ତଳେ କୌଣସି ଧର୍ମାବଲମ୍ବୀ ଗୋଷ୍ଠୀର ରାଜା ମହାରାଜା ଆମ ଭୂଖଣ୍ଡ ଉପରେ ଆକ୍ରମଣ କରିଥିଲେ ବୋଲି ଏବେ ଆମେ ସେହି ଧର୍ମାବଲମ୍ବୀମାନଙ୍କ ରକ୍ତର ପିପାସୁ ହୋଇପଡ଼ିବା କେତେ ଦୂର ସମୀଚୀନ! କଥାରେ କଥାରେ ସେମାନଙ୍କୁ ଗାଳି କରିବା କ’ଣ ଯୁକ୍ତିଯୁକ୍ତ! ଏପରି ଭାବନାରେ ରହିଲେ ମଣିଷ କେବେହେଲେ ଶାନ୍ତିର ସହିତ ବଞ୍ଚିପାରିବ ନାହିଁ। ଆମ ସମସ୍ତଙ୍କର ଗୋଟେ ଅତୀତ ଅଛି। ଅତୀତ ପାଇଁ ବର୍ତ୍ତମାନକୁ ନଷ୍ଟକରିବା କେବେ ବୁଦ୍ଧିମାନ୍‌ର କାମ ନୁହେଁ। ଅତୀତର ପ୍ରତିଶୋଧ ପାଇଁ ଆମେ ଯଦି ବର୍ତ୍ତମାନ ହିଂସାର ରାସ୍ତା ଆପଣେଇବା, ତେବେ ଭବିଷ୍ୟତରେ ଆମର ଦାୟାଦମାନଙ୍କ ଉପରେ ବି କେହି ପୁଣି ଥରେ ଅତୀତର ଦ୍ୱାହିଦେଇ ହିଂସା କରିବ। ପରିଣାମ ହେବ କେବଳ ଘୃଣା, ହିଂସା, ଭୟ ଓ ଅଶାନ୍ତି। ଦୁର୍ଭାଗ୍ୟର ବିଷୟ ଯେ, ସେହି ଗୋଷ୍ଠୀ ନିଜ ରାଜନୈତିକ ଉତ୍‌ଥାନ କେବଳ ଘୃଣା ଓ ହିଂସାର ରାସ୍ତା ଦେଇ ହିଁ ଦେଖନ୍ତି।
ସମ୍ପ୍ରତି ଧର୍ମର ସୁରକ୍ଷା ନାଁରେ ଅନ୍ୟ ଧର୍ମର ଲୋକମାନଙ୍କୁ ଜାଣି ଜାଣି ଟାର୍ଗେଟ୍‌ କରାଯାଉଛି। କିନ୍ତୁ ଅସଲରେ ଏହାଦ୍ୱାରା କାହାରି ବି ସୁରକ୍ଷା ହୋଇପାରିବ ନାହିଁ। କେବଳ ଅସୁରକ୍ଷା ଭାବନା ହିଁ ବଢ଼ିବ। ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନେ କ୍ଷମତାର ଶିଡ଼ିରେ ଉପରକୁ ଉପରକୁ ଚଢ଼ିବେ ଓ ସାଧାରଣ ଲୋକମାନେ ନିଜ ଜୀବନ ଜୀବିକା ଆଦି ପ୍ରସଙ୍ଗକୁ ପଛକରି ଅନ୍ଧ ଭଳି ଧର୍ମ, ସମ୍ପ୍ରଦାୟକୁ ନେଇ ନିଜ ନିଜ ଭିତରେ ଘୃଣା ଓ ଲଢ଼େଇରେ ମସ୍ତ ରହିବେ; ଯାହା କ୍ଷମତାରେ ଚୌକି ସହିତ ସେମାନଙ୍କୁ ଅଠା ଭଳି ଯୋଡ଼ି ହୋଇ ରହିବାରେ ସାହାଯ୍ୟ କରିବ। ସାଧାରଣ ଲୋକମାନଙ୍କର ଅସହାୟତା ବୃଦ୍ଧି ପାଇବ।
ଘୃଣା, ଭୟ ଓ ହିଂସାକୁ ବଢ଼େଇବାର ଧାରା ଏବେ ଏତେ ତଳକୁ ଗଲାଣି ଯେ, ଜାଣି ଜାଣି କିଛି ନିର୍ଦ୍ଦିଷ୍ଟ କଳାକାରଙ୍କ ଫିଲ୍ମକୁ ବଏକଟ୍‌ କରାଯିବାର ଟ୍ରେଣ୍ଡ ଆରମ୍ଭ ହୋଇଛି। ଲୋକମାନଙ୍କୁ ବିଭିନ୍ନ ଉପାୟରେ ବାଧ୍ୟ କରାଯାଉଛି ସେମାନଙ୍କର ଫିଲ୍ମ ନ ଦେଖିବାକୁ। ଯଦି କିଏ ଦେଖୁଛି, ତାକୁ ଦେଶଦ୍ରୋହୀ ନ ହେଲେ ଧର୍ମଦ୍ରୋହୀର ଆଖ୍ୟା ଦିଆଯାଉଛି। ଏତଦ୍‌ବ୍ୟତୀତ ଯେତେବେଳେ କୌଣସି ଜଘନ୍ୟ ଅପରାଧ ଘଟୁଛି, ସେତେବେଳେ ଅପରାଧର ଗୁରୁତ୍ୱ ଅପେକ୍ଷା ପ୍ରଥମେ ଅପରାଧୀର ଧର୍ମକୁ ଦେଖାଯାଉଛି। ଅପରାଧୀର ଧର୍ମ ହିସାବରେ ସେହି ଅପରାଧ ଘଟଣାକୁ ବଢ଼େଇ ଚଢ଼େଇ ପ୍ରଚାର କରାଯାଉଛି ନ ହେଲେ ଦବେଇ ଦିଆଯାଉଛି। ଏକ ସମାନ ପ୍ରକାର ଅପରାଧରେ ଅପରାଧୀର ଧର୍ମକୁ ଦେଖି ଆମ ଗଣମାଧ୍ୟମ ପ୍ରତିକ୍ରିୟାର ତୀବ୍ରତା ନିର୍ଣ୍ଣୟ କରୁଛି। କେବଳ ଫିଲ୍ମ କଳାକାର ନୁହନ୍ତି; ଲେଖକ, କବି ଆଦି ସମସ୍ତଙ୍କୁ ସେମାନଙ୍କ ଧର୍ମ ହିସାବରେ ନ ହେଲେ ରାଜନୈତିକ ବିଚାର ଆଧାରରେ ଟାର୍ଗେଟ୍‌ କରାଯାଉଛି। ବଡ଼ ଖେଳ କରାଯାଉଛି, ସାଧାରଣ ଲୋକମାନଙ୍କୁ ଧର୍ମ, ସମ୍ପ୍ରଦାୟ, ଜାତି ଓ ବର୍ଗ ନାଁରେ ଭାଗ ଭାଗ କରିବାକୁ। ଏହି ଖେଳକୁ ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅତନ୍ତ୍ୟ ଚତୁରତାର ସହିତ ଖେଳୁଛି। ଫଳରେ ମିଳିମିଶି ଭାଇଚାରା ଭାବନାରେ ବଞ୍ଚି ଆସୁଥିବା ଲୋକମାନେ ସମ୍ପ୍ରତି ପରସ୍ପରଙ୍କ ଧର୍ମକୁ ନେଇ ନିନ୍ଦା ଅପବାଦ ଦେବାରେ ଲାଗୁଛନ୍ତି। କୌଣସି କାରଣ ନ ଥାଇ ବି ଜଣେ ଅନ୍ୟ ଜଣଙ୍କ ଧର୍ମକୁ ନିଚା ଦେଖାଉଛି। ଏହାଦ୍ୱାରା ଧର୍ମର ସୁରକ୍ଷା ହେଉଛି ନା ଧର୍ମର ଅପବ୍ୟବହାର କରାଯାଉଛି! ଅସଲରେ ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଧର୍ମ ନାମରେ ଲୋକମାନଙ୍କୁ ଭାଗ ଭାଗ କରି ନିଜ ପତିଆରା ବଢ଼େଇ ରାଜନୈତିକ ରୁଟି ସେକିବାକୁ ଚାହୁଁଛି। ସେଥିପାଇଁ ଜନସାଧାରଣଙ୍କୁ ହୁସିଆର ହେବାକୁ ହେବ। ସେମାନଙ୍କୁ ଭାଗ ଭାଗ କରିବା ତଥା ଘୃଣା ଓ ହିଂସାର ଖେଳରୁ ଦେଶକୁ ବଞ୍ଚେଇବା ପାଇଁ ଲୋକମାନଙ୍କ ଭିତରେ ସ୍ନେହ, ପ୍ରେମ ଓ ଭାଇଚାରାର ଭାବନାକୁ ବଢ଼େଇବାକୁ ପଡ଼ିବ। ସେମାନେ ପଛେ ଯେତେ ଯେତେ ଭାରତକୁ ଭାଙ୍ଗିବାକୁ ଚାହାନ୍ତୁ ସାଧାରଣ ଲୋକମାନଙ୍କୁ ଭାରତକୁ ଯୋଡ଼ିବାକୁ ପ୍ରୟାସ କରିବାକୁ ପଡ଼ିବ। କାରଣ ଭାରତ ତଥା ଆମ ଦେଶର ଲୋକମାନେ ପରସ୍ପରଙ୍କ ସହିତ ଯୋଡ଼ିହୋଇ ରହିଲେ ହିଁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହିଁ ଏକ ସମୃଦ୍ଧ ଜୀବନ ଦେଇପାରିବ। ଭାରତର ଏକତା ରହିବା ଅର୍ଥ କେବଳ ଚାଇନା କି ପାକିସ୍ତାନ କବଳରୁ ଆମ ଭୂଖଣ୍ଡକୁ ସୁରକ୍ଷା ଦେବା ନୁହେଁ, ସାମ୍ପ୍ରଦାୟିକ ଗୋଷ୍ଠୀ ତଥା ଧର୍ମର ବେପାରୀମାନଙ୍କ କବଳରୁ ଲୋକଙ୍କ ଭାଇଚାରା ଭାବନାକୁ ସୁରକ୍ଷା ଦେବା ହିଁ ଅସଲ ଦେଶର ସୁରକ୍ଷା।

  • ବିଚିତ୍ର ବିଶ୍ୱାଳ
    ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର,
    ମୋ- ୯୪୩୮୪୬୮୪୭୪

Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri