Categories: ଖେଳ

ମାୟା, ହରିଥା, ପ୍ରକାଶ କ୍ୱାର୍ଟରରେ

ଭୁବନେଶ୍ୱର, ୬।୪ (କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ), ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭଲପମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସରେ ବୁଧବାର ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ସେଣ୍ଟର କୋର୍ଟରେ ଅନୁଷ୍ଠିତ ଏକ ବାଳିକା ସିଙ୍ଗଲ୍ସ ମ୍ୟାଚରେ ଭାରତର ମାୟା ରାଜେଶ୍ୱରନ କୋରିଆର ୟେରି ହଂଙ୍ଗ୍‌ଙ୍କୁ ୭-୫, ୬-୩ ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି କୋର୍ଟ-୫ରେ ଅନୁଷ୍ଠିତ ଏକ ମ୍ୟାଚରେ ହରିଥା ଶ୍ରୀ ଭେଙ୍କଟେଶ୍‌ କାଜାଖସ୍ତାନର ୟେର୍କେଝାନ ଝାଣ୍ଟାୟେଭାଙ୍କୁ ୭-୫, ୪-୬, ୬-୩ ସେଟ୍‌ରେ ହରାଇ କ୍ୱାର୍ଟରରେ ପହଞ୍ଚତ୍ଛନ୍ତି। କୋର୍ଟ-୧ରେ ଅନୁଷ୍ଠିତ ବାଳକ ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ଭାରତର ପ୍ରକାଶ ସରନ ସିରିୟାର ମହମ୍ମଦ ଇୟାଦ ସଲିମ୍‌ଙ୍କୁ ୬-୨, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। କୋର୍ଟ-୨ରେ ଅନୁଷ୍ଠିତ ମ୍ୟାଚରେ କିନ୍ତୁ ଭାରତର ଶିବତେଜ ଶିର୍‌ଫୁଲେ ୫-୭, ୨-୬ ସେଟ୍‌ରେ ଇଣ୍ଡୋନେସିଆର ଜୋଆଚିମ୍‌ ମିକା ଗୁନଓ୍ବାନଙ୍କଠାରୁ ହାରି ଯାଇଛନ୍ତି।

ବାଳିକା ସିଙ୍ଗଲ୍ସର ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ଥାଇଲାଣ୍ଡର ତରିତା ହଙ୍ଗସ୍ୟୋକ୍‌ ମାଲେସିଆର ଜୁଇ ମ୍ୟାକଙ୍କୁ, ଥାଇଲାଣ୍ଡର ନତ୍ରାଦା ସକୁଲଭୋଙ୍ଗ୍‌ଟାନା ତାଇପେର ୟାନ ରଙ୍ଗ ଜେଙ୍ଗ୍‌ଙ୍କୁ ୬-୦, ୬-୪, ଇଣ୍ଡୋନେସିଆର ଗ୍ବେନ ଇମିଲି କୁର୍ନିଓ୍ବାନ ଉଜ୍‌ବେକିସ୍ତାନର ଇମିଲି କିମ୍‌ଙ୍କୁ ୭-୫, ୪-୬, ୭-୫, ହଂକଂର ନିତ୍ୟା ବାଲାକ୍ରିଷ୍ଣା ମାଧୁରୀ ଶ୍ରୀଲଙ୍କାର ଗୀତ୍‌ମି ରିୟାନା ଫର୍ନାଣ୍ଡୋ ଓ୍ବେଓ୍ବେଲ୍ଡେନିୟାଗେଙ୍କୁ ୬-୨, ୭-୬, କାଜାଖସ୍ତାନର ଇଭା କୋରିଶେଭା ତୁର୍କମେନିସ୍ତାନର ଇଲିମା ଗୁସେନୋଭାଙ୍କୁ ୬-୦, ୬-୦ ଏବଂ କୋରିଆର ଜିୟୁନ ଓ’ ୬-୦, ୬-୦ରେ ହଂକଂର ୟିଙ୍ଗ୍‌ ଚି କ୍ଲୋଏ ଓ୍ବଙ୍ଗ୍‌ଙ୍କୁ ପରାସ୍ତ କରିଛନ୍ତି। ସେହିପରି ବାଳକ ସିଙ୍ଗଲ୍ସ ପ୍ରି-କ୍ୱାର୍ଟରରେ କୋରିଆର ମିନ୍‌ ହ୍ୟୁକ୍‌ ଚୋ ଇଣ୍ଡୋନେସିଆର ରାଫାଲେଣ୍ଟିନୋ ଅଲି ଡା କୋଷ୍ଟାଙ୍କୁ ୬-୪, ୬-୪, ଶ୍ରୀଲଙ୍କାର ମେଥିକା ନୁରାନ ବିକ୍ରମସିନ ବିକ୍ରମସିଂଘେ ମୁଦିୟାନ୍‌ସେଲାଗେ ଭିଏଟ୍‌ନାମର ମିନ୍‌ ଟ୍ରାନ ଡୁକ୍‌ଙ୍କୁ ୬-୩, ୬-୧, କୋରିଆର ଓ୍ବନମିନ୍‌ କିମ୍‌ ଭିଏଟନାମର ହୁଇ ହ୍ବାଙ୍ଗ ଭୁଙ୍କୁ ୬-୨, ୬-୩ ସେଟ୍‌ରେ ହରାଇଥିବାବେଳେ କାଜାଖସ୍ତାନର ମିଖାଇଲ ମିଶ୍ଚସେଙ୍କୋ ଉଜ୍‌ବେକିସ୍ତାନର ଅକମଲ ଅବଡୁଲାଏଭଙ୍କ ବିପକ୍ଷରେ ଓ୍ବାକଓଭର ପାଇଛନ୍ତି। ହଂକଂର ଆଲେକ୍ସ ଲାପ୍‌ ହାଙ୍ଗ ହୁଇ କାଜାଖସ୍ତାନର ୟାରୋସ୍ଲାଭ ପିଶେନିଚିନିଙ୍କୁ ୬-୦, ୬-୪ ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Share