Categories: ଜାତୀୟ

ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

ଲକ୍ଷ୍ନୌ,୨୩ା୬। ଲୋକ ସଭା ନିର୍ବାଚନରେ ପରାଜୟ ପରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ସୁପ୍ରିମୋ ମାୟାବତୀ  ଏକ ବଡ଼ ଘୋଷଣା କରିଛନ୍ତି। ସେ ପୁଣି ଥରେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ଭାବେ ଶନିବାର ଘୋଷଣା କରିଛନ୍ତି।

ଆଜି ବିଏସ୍‌ପିର ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦ ଏବଂ ତାଙ୍କ ଭାଇ ଆନନ୍ଦଙ୍କ ସମେତ ବରିଷ୍ଠ ଦଳର ନେତାମାନେ ଉପସ୍ଥିତ ଥିଲେ। ତାଙ୍କୁ ବହୁଜନ ସମାଜ ପାର୍ଟିର ଜାତୀୟ ସଂଯୋଜକ ମଧ୍ୟ କରାଯାଇଛି ଏବଂ ଆକାଶ ଆନନ୍ଦ ଖୁବ୍‌ଶୀଘ୍ର ଜାତୀୟ କାର୍ଯ୍ୟନିର୍ବାହୀ ଦାୟିତ୍ୱ ଗ୍ରହଣ କରିବେ।

ବୈଠକରେ ଉତ୍ତରପ୍ରଦେଶରେ ହେବାକୁ ଥିବା ଉପ-ନିର୍ବାଚନରେ ବିଏସ୍‌ପି ଅଂଶଗ୍ରହଣ କରିବ। ସେ ଏହି ସଭାରେ ପହଞ୍ଚିବା ମାତ୍ରେ ଆକାଶ ଆନନ୍ଦ ବିଏସ୍‌ପି ସୁପ୍ରିମୋ ତଥା ତଙ୍କ ପିଉସୀ ମାୟାବତୀଙ୍କ ପାଦ ଛୁଇଁଥିଲେ। ଏହି ସମୟରେ ମାୟାବତୀ ତାଙ୍କ ମୁଣ୍ଡରେ ହାତ ରଖି ତାଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ।

ବିଏସ୍‌ପି ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୮ତମ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ଏହା ଜାତୀୟ ସ୍ତରରେ ଦଳର ପ୍ରଥମ ପ୍ରମୁଖ ବୈଠକ। ଏହି ବୈଠକରେ ମାୟାବତୀ କହିଛନ୍ତି, ଆକାଶ ଆନନ୍ଦଙ୍କୁ ମଧ୍ୟ ପୂର୍ଣ୍ଣ ପରିପକ୍ୱତା ସହିତ ଦଳରେ କାମ କରିବାର ସୁଯୋଗ ଦିଆଯାଉଛି। ସେ ପୂର୍ବ ପରି ଦଳରେ ତାଙ୍କର ସମସ୍ତ ପଦବୀ ଜାରି ରଖିବେ, ଅର୍ଥାତ୍‌ ସେ ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ମୋର ଏକମାତ୍ର ଉତ୍ତରାଧିକାରୀ ଭାବରେ ରହିବେ। ତାଙ୍କ ବିଷୟରେ ମୋର ସମ୍ପୂର୍ଣ୍ଣ ଆଶା ଅଛି ଯେ, ବର୍ତ୍ତମାନ ସେ ନିଜ ଦଳ ତଥା ଆନ୍ଦୋଳନ ସ୍ବାର୍ଥରେ ପ୍ରତ୍ୟେକ ସ୍ତରରେ ଜଣେ ପରିପକ୍ୱ ନେତା ଭାବରେ ଉଭା ହେବେ। ପାର୍ଟିର ଲୋକମାନେ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ସମ୍ମାନ ଦେଇ ସେମାନଙ୍କର ମନୋବଳ ବୃଦ୍ଧି କରିବେ। ଯାହାଫଳରେ  ସେ ଭବିଷ୍ୟତରେ ମୋର ସମସ୍ତ ଆଶା ପୂରଣ କରିବେ।

Share