Categories: ଜାତୀୟ

ପୁତୁରା ଆକାଶ ଆନନ୍ଦଙ୍କୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କଲେ ବିଏସପି ମୁଖ୍ୟ ମାୟାବତୀ

ନୂଆଦିଲ୍ଲୀ: ବିଏସପି ମୁଖ୍ୟ ମାୟାବତୀ ପୁତୁରା ଆକାଶ ଆନନ୍ଦଙ୍କୁ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଆକାଶ ବର୍ତ୍ତମାନ ବିଏସପିର ଜାତୀୟ ସଂଯୋଜକ ମଧ୍ୟ ଅଛନ୍ତି। ୨୦୧୭ ରେ ଆକାଶଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ମାୟାବତୀ ୨୦୧୭ ରେ ଏକ ବଡ ରାଲି କରି ରାଜନୀତିରେ ଆକାଶ ଆନନ୍ଦଙ୍କୁ ସ୍ୱାଗତ କରିଥିଲେ। ଆକାଶ ମାଷ୍ଟର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ (ଏମବିଏ) କରିଛନ୍ତି।

୨୦୧୯ ଲୋକସଭା ନିର୍ବାଚନ ସମୟରେ ଆନନ୍ଦ ବିଏସପି ପାଇଁ ଏକ ପ୍ରମୁଖ ଚେହେରା ଥିଲେ। ଦଳର ବରିଷ୍ଠ ନୀତାମାନେ ରବିବାର ଏକ ବୈଠକରେ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛନ୍ତି। ଲୋକସଭା ସଦସ୍ୟ ଡାନିଶ ଅଲିଙ୍କୁ ଦଳରୁ ନିଲମ୍ବନ କରିବାର ଗୋଟିଏ ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଦେଶରେ ଵଂଶାବାଦ ରାଜନୀତିର ଜଣେ ବଡ ସମାଲୋଚକ ଥିବା ମାୟାବତୀ ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ ୨୦୧୯ ରେ ଦଳର ଜାତୀୟ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରିଥିଲେ ଏବଂ ତାଙ୍କ ପୁତୁରା ଆକାଶଙ୍କୁ ଜାତୀୟ ସଂଯୋଜକ କରିଥିଲେ। ବର୍ତମାନ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ମାୟାବତୀ ଆଜି ବିଏସପି ନେତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ।

Share