Categories: ଜାତୀୟ

ମାୟାବତୀଙ୍କୁ ପୁଣି ଝଟ୍‌କା

ଲକ୍ଷ୍ନୌ,୨୫।୧୧: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ଦଳ ବିଏସପିକୁ ବଡ଼ ଝଟ୍‌କା ଲାଗିଛି। ବନ୍ଦନା ସିଂଙ୍କ ପରେ ଆଉ ଜଣେ ବିଏସପି ବିଧାୟକ ଦଳ ଛାଡିଛନ୍ତି। ଆଜମଗଡ଼ର ମୁବାରକପୁରର ବିଏସପି ବିଧାୟକ ଶାହା ଆଲାମ ଦଳ ଛାଡିଛନ୍ତି। ସେ ବିଏସପିର ସମସ୍ତ ପଦବୀ ସହିତ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଶାହ ଆଲାମ ମାୟାବତୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।
ବିଏସପି ବିଧାୟକ ଶାହ ଆଲାମ ଇସ୍ତଫା ପତ୍ର ଦଳର ମୁଖ୍ୟ ମାୟାବତୀଙ୍କ ନିକଟରେ ଦାଖଲ କରି କହିଛନ୍ତି ଯେ, ୨୧ ନଭେମ୍ବରରେ ଆପଣଙ୍କ ସହ ହୋଇଥିବା ବୈଠକରେ ମୁଁ ଅନୁଭବ କରିଛି ଯେ ଦଳ ପ୍ରତି ମୋର ଭକ୍ତି ଓ ଆନ୍ତରିକତା ସତ୍ତ୍ୱେ ଆପଣ ସନ୍ତୁଷ୍ଟ ନୁହଁନ୍ତି। ଯଦି ମୋର ନେତା ମୋ କିମ୍ବା ମୋର କାର୍ଯ୍ୟରେ ସନ୍ତୁଷ୍ଟ ନୁହଁନ୍ତି, ମୁଁ ଦଳ ଉପରେ ଆଉ ବୋଝ ହେବାକୁ ଚାହୁଁନାହିଁ ବୋଲି ସେ କହିଛନ୍ତି।

Share