Categories: ଜାତୀୟ

ଜନ୍ମଦିନରେ ବଡ଼ ଘୋଷଣା କଲେ ମାୟାବତୀ

ନୂଆଦିଲ୍ଲୀ,୧୫।୧:ଲୋକସଭା ନିର୍ବାଚନ ସମ୍ପର୍କରେ ମାୟାବତୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ଉଭୟ ଇଣ୍ଡିଆ ଏବଂ ଏନଡିଏ ମିଳିତ ମେଣ୍ଟରେ ଯୋଗଦେବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ, ବିଏସପି କେବଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ମିଳିତ ମେଣ୍ଟରେ ବିଏସପି ସାମିଲ ହେଲେ କମ ଲାଭ ଅଧିକ କ୍ଷତି ପାଇଥାଏ। ଆମ ଦଳ କେବଳ ଲୋକସଭା ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଆମେ ଇଣ୍ଡିଆ ମିଳିତ ମେଣ୍ଟରେ ଯୋଗଦେବୁ ନାହିଁ।
ବିଏସପି ମୁଖ୍ୟ କହିଛନ୍ତି, ୨୦୦୭ ବର୍ଷ ଭଳି, ଆମ ଦଳ ଲୋକସଭାରେ ମଧ୍ୟ ଭଲ ଫଳାଫଳ ଦେବ। ଆମ ଦଳର ସର୍ବୋଚ୍ଚ ନେତୃତ୍ୱ ଏକ ଦଳିତଙ୍କ ହାତରେ। ଯଦି ମୋ ଦଳର କର୍ମୀ ଲୋକ ସଭା ନିର୍ବାଚନରେ ଭଲ ଫଳାଫଳ ଆଣନ୍ତି, ତେବେ ଏହା ମୋ ପାଇଁ ଉପହାର ହେବ।
ମାୟାବତୀ ଭାଜପା ସରକାର ଉପରେ ଆକ୍ରମଣ କରିଥିଲେ। ସେ କହିଛନ୍ତି, ମାଗଣା ରାସନରେ ଲୋକଙ୍କୁ ପ୍ରତାରଣା କରାଯାଇଛି। ସେମାନଙ୍କୁ ରାଶନ ଦେଇ ଦାସ କରାଯାଉଅଛି। ଆମର ଯୋଜନାଗୁଡିକ ୟୁପିରେ କପି କରାଯାଉଛି। ଧର୍ମ ନାମରେ ରାଜନୀତି କରାଯାଉଛି। ଉତ୍ତରପ୍ରଦେଶରେ ଆମର ଚାରିଥର ସରକାରରେ ଆମେ ସମସ୍ତ ବିଭାଗ ପାଇଁ କାର୍ଯ୍ୟ କରିଛୁ। ସଂଖ୍ୟାଲଘୁ, ମୁସଲମାନ, ଗରିବ, କୃଷକ ଏବଂ ଶ୍ରମିକଙ୍କ ପାଇଁ ଜନ କଲ୍ୟାଣ ଯୋଜନା ଚାଲିଥିଲା। ସରକାର ସେମାନଙ୍କର ନାମ ଏବଂ ଫର୍ମାଟ ପରିବର୍ତ୍ତନ କରି ଏହି ଯୋଜନାଗୁଡ଼ିକୁ ନିଜର କରିବାକୁ ଚେଷ୍ଟା କରୁଛନ୍ତି।

Share