Categories: ଜାତୀୟ

ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କଲେ ମାୟାବତୀ

ଲକ୍ଷ୍ନୌ,୧୦।୯:ବହୁଜନ ସମାଜ ପାର୍ଟି(ବିଏସପି)ସଭାପତି ମାୟାବତୀ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୟୁପି ବିଧାନସଭା ନିର୍ବାଚନରେ କୌଣସି ମାଫିଆ କିମ୍ବା ବାହୁବଳୀ ନେତା ଟିକେଟ ପାଇବେ ନାହିଁ ବୋଲି ବିଏସପି ନିଶ୍ଚିତ କରିଛି। ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ଦଳ ମୁଖତାର ଅନସାରୀଙ୍କ ସ୍ଥାନରେ ମଉ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳର ରାଜ୍ୟ ସଭାପତି ଭୀମ ରାଜଭାରଙ୍କୁ ଟିକେଟ୍‌ ଦେବ। ମାୟାବତୀ ଶୁକ୍ରବାର ଟୁଇଟ କରି ଘୋଷଣା କରିଛନ୍ତି ଯେ, ଆଗାମୀ ୟୁପି ବିଧାନସଭା ନିର୍ବାଚନରେ କୌଣସି ଶକ୍ତିଶାଳୀ ଏବଂ ମାଫିଆଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଏବେ ୟୁପିର ବିଏସପି ରାଜ୍ୟ ସଭାପତି ଭୀମ ରାଜଭାରଙ୍କ ନାମ ଚୂଡାନ୍ତ ହୋଇଛି। ସେପ୍ଟେମ୍ବର ୧୧ରୁ ବିଏସପିର ମଣ୍ଡଳ ସ୍ତରୀୟ ସମ୍ମିଳନୀ ଲକ୍ଷ୍ନୌରେ ଆୟୋଜିତ ହେବ।

Share