Advertisement
Categories: ଜାତୀୟ

ମାୟାବତୀଙ୍କୁ ଝଟକା: ୨ ବଡ଼ ନେତା ଭାଜପାରେ ହେଲେ ସାମିଲ

ଲକ୍ଷ୍ନୌ,୨୪।୭: ବିଏସପି ମୁଖ୍ୟ ମାୟାବତୀଙ୍କୁ ଝଟକା ଲାଗିଛି। ଆଗ୍ରାସ୍ଥିତ ଦକ୍ଷିଣ ବିଧାନସଭାରୁ ବିଏସପି ପ୍ରତ୍ୟାଶି ରବି ଭରଦ୍ୱାଜ ଏବଂ ଖେରାଗଡରୁ ଗଙ୍ଗାଧର କୁଶୱା ଲକ୍ଷ୍ନୌରେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଖବର ପାଇବା ମାତ୍ରେ ବିଏସପି କ୍ୟାମ୍ପରେ ଆଲୋଡ଼ନ ସୃଷ୍ଟି ହୋଇଛି।

୨୦୨୪ ପାଇଁ ଭାଜପା ପ୍ରସ୍ତୁତିକୁ ତ୍ୱରାନ୍ବିିତ କରିଛି। ବଡରୁ ଛୋଟ ନେତାଙ୍କୁ ଭାଜପାରେ ସାମିଲ କରାଯାଉଛି। ସୋମବାର ଲକ୍ଷ୍ନୌରେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଦଳରେ ଯୋଗଦେବା ପାଇଁ ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏବଂ କେଶବ ମୌର୍ଯ୍ୟ ବିଏସପିର ରବି ଭରଦ୍ୱାଜ ଏବଂ ଗଙ୍ଗାଧର କୁଶୱାଙ୍କୁ ଦଳରେ ସାମିଲ କରାଇଛନ୍ତି। ସୂଚନାଯୋଗ୍ୟ, ୨୦୨୨ରେ ରବି ଭରଦ୍ୱାଜ ବିଏସପି ଟିକେଟରେ ଦକ୍ଷିଣ ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share