Categories: ଜାତୀୟ

ମାୟାବତୀ, ଓୱାଇସିଙ୍କୁ ଦିଆଯାଉ ଭାରତ ରତ୍ନ: ସଞ୍ଜୟ ରାଓ୍ବତ

ମୁମ୍ବାଇ, ୧୧।୩: ୫ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପଞ୍ଜାବକୁ ଛାଡି ଭାଜପା ବାକି ୪ ରାଜ୍ୟରେ ବିପୁଳ ବିଜୟ ହାସଲ କରିଛି। ଭାଜପାର ଏହି ବିଜୟ ପରେ ଶିବସେନା ନେତା ସଞ୍ଜୟ ସଞ୍ଜୟ ରାଓ୍ବତ ଦଳକୁ ଟାର୍ଗେଟ କରିଛନ୍ତି। ବିଏସପି ମୁଖ୍ୟ ମାୟାବତୀ ଏବଂ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମିନର ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କୁ ପଦ୍ମଭୂଷଣ, ଭାରତ ରତ୍ନ ପୁରସ୍କାର ପ୍ରଦାନ କରିବା ଉଚିତ୍‌ ସେ ବୋଲି କହିଛନ୍ତି । ଭାଜପା ଏକ ବଡ଼ ବିଜୟ ହାସଲ କରିଛି। ତଥାପି, ସମାଜବାଦୀ ପାର୍ଟି ଅଖିଳେଶ ଯାଦବଙ୍କ ଆସନ ୪୨ରୁ ୧୨୫କୁୁ ବୃଦ୍ଧି ପାଇଛି। ମାୟାବତୀ ଏବଂ ଓୱାଇସି ଭାଜପାର ବିଜୟରେ ସହଯୋଗ କରିଛନ୍ତି, ତେଣୁ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ବଡ ପୁରସ୍କାର ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

 

Share