ବେଙ୍ଗାଲୁରୁ,୨୭।୩: କର୍ନାଟକ ରାଜ୍ୟରେ ବିଧାନସଭା ନିର୍ବାଚନ ବିଏସ୍ପି ଏକାକୀ ନିଜ ବଳରେ ଲଢ଼ିିବ। ଏନେଇ ବିଏସ୍ପି ସୁପ୍ରିମୋ ମାୟାବତୀ ସୋମବାର ଘୋଷଣା କରିଛନ୍ତି। କର୍ନାଟକ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟର ବରିଷ୍ଠ ତଥା ଦାୟିତ୍ୱବାନ ବ୍ୟକ୍ତିଙ୍କ ସହ ସୋମବାର ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ୬୦ପ୍ରତିଶତ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ଏହି ମନୋନୀତ ବିଏସ୍ପି ପ୍ରାର୍ଥୀଙ୍କ ତାଲିକା ଖୁବ୍ଶୀଘ୍ର ସେଠାରେ ଉପଲବ୍ଧ ହେବା ସହ ସ୍ଥାନୀୟ ସ୍ତରରେ ଜାରି କରାଯିବ ବୋଲି ସୂଚନା ରହିଛି। ଏଥିସହ ରାଜ୍ୟ ୟୁନିଟକୁ କଠୋର ନିର୍ଦ୍ଦେଶ ଦିଆଯାଇଛି ଯେ, ଅବଶିଷ୍ଟ ବିଧାନସଭା ଆସନରେ ମଧ୍ୟ ଦଳର ଅଧିକାଂଶ ଉତ୍ସର୍ଗୀକୃତ ଏବଂ ପରିଶ୍ରମୀ କର୍ମକମର୍ତ୍ତାଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇବାକୁ। ସୂଚନାଯୋଗ୍ୟ, ୨୦୧୮ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଏସ୍ପି କର୍ନାଟକରେ ଗୋଟିଏ ଆସନ ଜିତିଥିଲା।