Advertisement
Categories: ଜାତୀୟ

‘ବିଭାଜନ’ କାର୍ଡ ଖେଳିଲେ ମାୟାବତୀ

ନୂଆଦିଲ୍ଲୀ,୧୪।୪: ଲୋକ ସଭା ନିର୍ବାଚନ ୨୦୨୪ ଅଭିଯାନରେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଉତ୍ତରପ୍ରଦେଶର ବିଭାଜନ କାର୍ଡ ଖେଳିଛନ୍ତି। ମୁଜାଫରନଗରରେ ଅନୁଷ୍ଠିତ ରାଲିରେ ମାୟାବତୀ କହିଛନ୍ତି, ଯଦି ବିଏସପି ସରକାର ଗଠନ ହୁଏ ତେବେ ପଶ୍ଚିମ ଉତ୍ତରପ୍ରଦେଶକୁ ଅଲଗା ରାଜ୍ୟ ଘୋଷଣା କରାଯିବ। ପଶ୍ଚିମ ଉତ୍ତରପ୍ରଦେଶକୁ ଏକ ଅଲଗା ରାଜ୍ୟ କରିବାର ଦାବି ନୂଆ ନୁହେଁ। ଉତ୍ତରପ୍ରଦେଶକୁ ଚାରୋଟି ରାଜ୍ୟରେ ବିଭକ୍ତ କରିବାର ଦାବି ସମୟ ସମୟରେ ଉଠିଛି ଏବଂ ନିର୍ବାଚନ ରାଲିରେ ମାୟାବତୀ ପୁଣି ଏହି ପ୍ରସଙ୍ଗ ଉଠାଇଛନ୍ତି।
ଏହା ସହିତ ମାୟାବତୀ ସାହାରନପୁରରେ ଅନୁଷ୍ଠିତ ରାଲିରେ ଦାବି କରିଛନ୍ତି, ଶାସକ ଭାଜପା କ୍ଷମତାକୁ ଫେରିବା ସହଜ ହେବ ନାହିଁ କାରଣ ସେମାନଙ୍କ ଶବ୍ଦ ଓ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ ଅଛି। ସାହାରନପୁରରୁ ପଶ୍ଚିମ ଉତ୍ତରପ୍ରଦେଶ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରି ମାୟାବତୀ ଭାଜପାକୁ ଜନସାଧାରଣଙ୍କୁ ମିଛ କହିବା ଏବଂ ଶକ୍ତିଶାଳୀମାନଙ୍କ ସ୍ବାର୍ଥରେ କାମ କରୁଥିବା ଅଭିଯୋଗ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share