ନୂଆଦିଲ୍ଲୀ,୨୫।୬: ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଏସ୍ପି ସମର୍ଥନ କରିବ। ବିଏସ୍ପି ସୁପ୍ରିମୋ ମାୟାବତୀ ଏହି ସୂଚନା ଦେଇଛନ୍ତି। ଦଳର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ଦଳ ପକ୍ଷରୁ ସମର୍ଥନ କରାଯାଇଥିବା ମାୟାବତୀ କହିଛନ୍ତି।
ଅନ୍ୟପଟେ, ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ ଯୋଗେ କଥା ହୋଇଥିବା ଜଣାପଡ଼ିଛି। ଏହି ସମୟରେ ସେ ମମତାଙ୍କ ସମର୍ଥନ ଲୋଡିଥିବା କୁହାଯାଉଛି। ଏହା ବ୍ୟତିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଏନ୍ସିପି ନେତା ଶରଦ ପାଓ୍ବାରଙ୍କ ସହ କଥା ହୋଇଛନ୍ତି।