ଲକ୍ଷ୍ନୌ,୨୫ା୬: ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ ଶନିବାର ଲକ୍ଷ୍ମୌରେ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, ଆଦିବାସୀ ସମାଜକୁ ଏକ ବିଶେଷ ଅଂଶ ଭାବରେ ବିବେଚନା କରି ରାଷ୍ଟ୍ରପତିଙ୍କ ପ୍ରାର୍ଥୀ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ ନିଷ୍ପତ୍ତି ନେଇଛି।
We’ve decided to support NDA’s Presidential election candidate Droupadi Murmu. We’ve taken this decision neither in support of BJP or NDA nor against opposition but keeping our party and movement in mind: BSP chief Mayawati pic.twitter.com/7QXbnVNXNj
— ANI UP/Uttarakhand (@ANINewsUP) June 25, 2022
ସେ କହିଛନ୍ତି, ଆମର ନିଷ୍ପତ୍ତି ନା ଭାଜପା, ଏନ୍ଡିଏ କିମ୍ବା ବିରୋଧୀ ଦଳଙ୍କ ସମର୍ଥନରେ ନାହିଁ। ଆମର ଦଳ ଏବଂ ଆନ୍ଦୋଳନକୁ ଧ୍ୟାନରେ ରଖି ଏକ ଆଦିବାସୀ ସମାଜର ଜଣେ ଦକ୍ଷ ତଥା ପରିଶ୍ରମୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିବା ସପକ୍ଷରେ ଅଛୁ।