Categories: ଜାତୀୟ

ନିମନ୍ତ୍ରଣ ପାଇ ରାହୁଲଙ୍କୁ କୃତଜ୍ଞତା ଜଣାଇଲେ ମାୟାବତୀ

ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଜାନୁୟାରୀ ୩ ଅର୍ଥାତ୍‌ ମଙ୍ଗଳବାର ଉତ୍ତରପ୍ରଦେଶରେ ପ୍ରବେଶ କରିବ। ଏହି ଯାତ୍ରାରେ ସାମିଲ ହେବାକୁ କଂଗ୍ରେସ ବିଏସ୍‌ପିକୁ ନିମନ୍ତ୍ରଣ କରିଥିଲା। ତେବେ ବିଏସ୍‌ପି ମୁଖ୍ୟ ମାୟାବତୀ ବର୍ତ୍ତମାନ ଏହି ନିମନ୍ତ୍ରଣକୁ ଗ୍ରହଣ କରି ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ମାୟାବତୀ ଟୁଇଟ୍‌ କରି କହିଛନ୍ତି ଯେ, ଭାରତ ଯୋଡୋ ଯାତ୍ରା ପାଇଁ ଶୁଭେଚ୍ଛା ଏବଂ ଏହି ଯାତ୍ରାରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିବାରୁ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ। କଂଗ୍ରେସର ଏହି ଯାତ୍ରା ଗାଜିଆବାଦର ଲୋନିରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ସାମିଲ ହେବାକୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ, ସପା ବିଧାୟକ ଶିବପାଲ ସିଂ, ଆରଏଲ୍‌ଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ନିମନ୍ତ୍ରଣ କରାଯାଇଛି।

Share