ଲାଲଜୀଙ୍କୁ ରୂପାର ରାକ୍ଷୀ ବାନ୍ଧୁଥିଲେ ମାୟାବତୀ

ଲେକ୍ଷ୍ନୌ,୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ମଙ୍ଗଳବାର ୮୫ବର୍ଷ ବୟସରେ ଲକ୍ଷ୍ନୌରେ ଦେହାନ୍ତ ହୋଇଛି। ଗତ କିଛି ଦିନରୁ ଲାଲଜୀ ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ନିଧନ ପରେ ସମସ୍ତ ରାଜନୈତିକ ଦଳ ଶୋକ ପ୍ରକାଶ କରିଛନ୍ତି। ରାଜନୀତି କ୍ୟାରିୟର କଥା କହିବାକୁ ଗଲେ ଉତ୍ତରପ୍ରଦେଶ ରାଜନୀତିରେ ଲାଲଜୀଙ୍କୁ ଜଣେ ଭେଟେରାନ ଭାଜପା ନେତା ଭାବେ ବିବେଚନା କରାଯାଉଥିଲା। ତାଙ୍କର କାର୍ଯ୍ୟକଳାପ ଓ ବ୍ୟକ୍ତିଗତ ଗୁଣ ପାଇଁ ସମେସ୍ତ ତାଙ୍କୁ ପ୍ରଶଂସା କରୁଥିଲେ। କେବଳ ଭାଜପା ନୁହେଁ ଅନ୍ୟ ଦଳର ନେତାମନ୍ତ୍ରୀ ମଧ୍ୟ ତାଙ୍କୁ ବେଶ୍‌ ସମ୍ମାନ କରୁଥିଲେ। ଏହିକ୍ରମରେ ବିଏସ୍‌ପି ମୁଖ୍ୟ ମାୟାବତୀ ମଧ୍ୟ ରହିଛନ୍ତି। ୯୦ ଦଶକରେ ସେ ଉତ୍ତରପ୍ରଦେଶରେ ଭାଜପା ଏବଂ ବିଏସ୍‌ପିର ମିଳିତ ସରକାର ଗଠନ କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରଥିଲେ। ମାୟାବତୀଙ୍କୁ କେବଳ ବିଏସ୍‌ପି ନୁହେଁ ବରଂ ଅନ୍ୟ ଦଳର ନେତାମାନେ ଭଉଣୀ ବୋଲି ସମ୍ବୋଧିତ କରିଥାନ୍ତି। ସେଥିମଧ୍ୟରେ ଲାଲଜୀ ହେଉଛନ୍ତି ଅନ୍ୟତମ। ସେ ତାଙ୍କୁ ଭଉଣୀ ବୋଲି ସମ୍ବୋଧିତ କରୁଥିଲେ। ଦିନ ଥିଲା ମାୟାବତୀ ଲାଲଜୀଙ୍କୁ ଭାଇର ମାନ୍ୟତା ଦେଇଥିଲେ।

ଏହି ହିସାବରେ ଛକର ପୁରୁଣା ରାସ୍ତାରେ ମାୟାବତୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ୨ଥର ରାକ୍ଷୀ ବାନ୍ଧିବାକୁ ତାଙ୍କ ଘରକୁ ଯାଇଥିଲେ। ୨୦୦୨ଅଗଷ୍ଟ ୨୨ରେ ମାୟାବତୀ ମୁଖ୍ୟମନ୍ତ୍ରୀ ଭାବେ ଭାଜପା ନେତା ଲାଲଜୀଙ୍କୁ ରାକ୍ଷୀ ବାନ୍ଧିଥିଲେ। ସେହି ରାକ୍ଷୀ ମଧ୍ୟ କୌଣସି ସାଧାରଣ ନୁହେଁ ବରଂ ଏକ ରୂପାର ରାକ୍ଷୀ। ସୂଚନାଯୋଗ୍ୟ, ୧୯୯୫ରେ ଲକ୍ଷ୍ନୌରେ ଗେଷ୍ଟ ହାଉସ ଘଟଣା ସମୟରେ ମାୟାବତୀଙ୍କ ଜୀବନ ବିପଦରେ ଥିଲା। ସେତେବେଳେ ଭାଜପା ନେତା ବ୍ରହ୍ମାଦତ୍ତ ଦ୍ୱିବେଦୀ ଓ ଲାଲଜୀ ଘଟଣାସ୍ଥଳରେ ପହଞ୍ଚି ଭାଜପା କର୍ମକର୍ତ୍ତାଙ୍କ ସାହାଯ୍ୟରେ ମାୟାବତୀଙ୍କୁ ଉଦ୍ଧାର କରିଥିଲେ। ଏହାପରେ ମାୟାବତୀ ଭାଜପା ସହ ମେଣ୍ଟରେ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହିଦିନଠାରୁ ମାୟାବତୀ ଓ ଲାଲଜୀଙ୍କ ମଧ୍ୟରେ ଭାଇ-ଭଉଣୀ ସମ୍ପର୍କ ସ୍ଥାପିତ ହୋଇଥିଲା ବୋଲି କୁହାଯାଏ।

Share