ଲକ୍ଷ୍ନୌ,୯।୧୦: ଆସନ୍ତା ୨୦୨୨ ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ କେତେକ ଗଣମାଧ୍ୟମ ସଂସ୍ଥା ଦ୍ୱାରା କରାଯାଇଥିବା ଜନମତ ସର୍ଭେକୁ ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ବିରୋଧ କରାଯାଇଛି। ଦଳର ପ୍ରମୁଖ ମାୟାବତୀ କହିଛନ୍ତି ସର୍ଭେ ଉପରେ ରୋକ ଲଗାଇବା ଜରୁରୀ। ଏନେଇ ଅଗାମୀ ଦିନରେ ସେ ନିର୍ବାଚନ କମିଶନଙ୍କ ପାଖକୁ ଚିଠି ଲେଖିବେ ବୋଲି କହିଛନ୍ତି। ପ୍ରାୟୋଜିତ ମିଡ଼ିଆ ସର୍ଭେରେ ଜାଣିଶୁଣି ଶାସକ ଦଳକୁ ପ୍ରଧାନ୍ୟ ଦିଆଯିବ ସହିତ ବିରୋଧୀ ଦଳଙ୍କ ସମ୍ପର୍କରେ ଅପପ୍ରଚାର କରାଯାଉଥିବା ସେ କହିଛନ୍ତି।