Categories: ଜାତୀୟ

ନିର୍ବାଚନ ଲଢିବେନି ମାୟାବତୀ

ଲକ୍ଷ୍ନୌ,୧୧।୧: ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନରେ ବିଏସପି ସୁପ୍ରିମୋ ମାୟାବତୀ ଏଥର ନିର୍ବାଚନ ଲଢିବେ ନାହିଁ। ବିଏସପି ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ ମଧ୍ୟ ଏଥର ନିର୍ବାଚନ ଲଢୁ ନ ଥିବା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ମାୟାବତୀ ବିଏସପି କର୍ମଚାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ବିଧାନସଭା ର୍ନିବାଚନ ପ୍ରଚାର ସମୟରେ କୋଭିଡ ନିୟମ ପାଳନ କରିବାକୁ ସମସ୍ତ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସେ କହିଛନ୍ତି, ଦଳର ନେତା ଏବଂ ସମର୍ଥକମାନେ ମୋ ଜନ୍ମଦିନକୁ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ନିଜ ଘରେ ପାଳନ କରିବା ଉଚିିତ୍‌। ଜାନୁଆରୀ ୧୫ରେ ମାୟାବତୀ ତାଙ୍କର ୬୬ ତମ ଜନ୍ମଦିନ ପାଳନ କରିବେ। ମାୟାବତୀ ଭାରତୀୟ ରାଜନୀତିର ଏକ ବଡ ନାମ । ସେ ହେଉଛନ୍ତି ଏକମାତ୍ର ନେତା ଯିଏକି ଚାରିଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଅନ୍ୟପକ୍ଷରେ ବିଧାନସଭା ନିର୍ବାଚନରେ ବିଏସପି ଅଧିକାଂଶ ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିଛି।

Share