ମେୟର ହାତ ଯୋଡ଼ିଲେ,ଲୋକଙ୍କୁ କଲେ ଏଭଳି ଅନୁରୋଧ…

ମୁମ୍ବାଇ,୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦେଖାଦେଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ସ୍ଥିତି ସଙ୍କଟ ଜନକ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁମ୍ବାଇର ମେୟର କିଶୋରୀ ପେଡ଼ନେକର ହାତଯୋଡ଼ି ଲୋକଙ୍କୁ ଡବଲ ମାସ୍କ୍‌ ପିନ୍ଧିବା ଲାଗି ଅନୁରୋଧ କରିଛନ୍ତି। ସେହିପରି କୌଣସି ଆବଶ୍ୟକୀୟ କାମ ନ ଥିଲେ ଘରୁ ନ ବାହାରିବାକୁ ସେ ମୁମ୍ବାଇବାସୀଙ୍କୁ ଅପିଲ୍‌ କରିଛନ୍ତି।

Share