କଥାକଟା କଟିହେଲେ ମେୟର-ବିଧାୟକ: ୪ ବର୍ଷରେ ଯାହା…

ଭୁବନେଶ୍ୱର,୫।୩: ଭାଜପା ଦେଉଥିବା ସୁଭଦ୍ରା ଯୋଜନାକୁ କଟାକ୍ଷ କଲେ ମେୟର ସୁଲୋଚନା ଦାସ। ତେବେ ମେୟରଙ୍କ ବୟାନର ଉତ୍ତର ରଖିଛନ୍ତି ବିଧାୟକ ବାବୁ ସିଂ। ସେ କହିଛନ୍ତି, ୨୪ ବର୍ଷରେ ଯାହା କରି ନ ଥିଲେ ତାହା ଆମେ କରିଛୁ। ଭୋଟ ବ୍ୟାଙ୍କ ହାତରୁ ଚାଲିଯାଉଛି ବୋଲି ଭୟ କରୁଛନ୍ତି। ସେ କଥାରୁ ଦୂରେଇ ରୁହନ୍ତୁ। ବରମୁଣ୍ଡାରେ ୫ଜଣ ମହିଳା ଟେଣ୍ଟ ହାଉସ କରିଛନ୍ତି ବୋଲି ବାବୁ କହିଛନ୍ତି।

ଅନ୍ୟପକ୍ଷେ ସୁଲଚୋନା କହିଥିଲେ, ୫ ହଜାରରେ ମହିଳା କିଭଳି ସଶକ୍ତ ହେବ। ଏବେ ସୁଦ୍ଧା କେତେ ମହିଳା ସଶକ୍ତ ହୋଇଛନ୍ତି ବୋଲି ମେୟର ପ୍ରଶ୍ନ କରିଛନ୍ତି। ବିଜେଡି ବିନା ସୁଧରେ ୧୫ ଲକ୍ଷ ଯାଏ ଅର୍ଥ ଦେଉଥିଲା।