ପୌରାଧ୍ୟକ୍ଷା ପ୍ରାର୍ଥନୀଙ୍କ ମାରାଥନ ପ୍ରଚାର

ସୁନ୍ଦରଗଡ,୧୮।୩(ଡି.ଏନ୍‌.ଏ.): ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ସୁନ୍ଦରଗଡ଼ରେ ବିଭିନ୍ନ ଦଳୀୟ ଓ ସ୍ବାଧୀନ ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ପୌରାଧ୍ୟକ୍ଷା ସମେତ ୧୯ଟି ଓ୍ବାର୍ଡ କାଉନ୍‌ସିଲର ପଦବୀ ହାତେଇବା ପାଇଁ ତିନି ପ୍ରମୁଖ ବିଜେଡି, ଭାଜପା କଂଗ୍ରେସ ଦଳ ପକ୍ଷରୁ ଅଙ୍କ କଷା ଚାଲିଥିବା ବେଳେ ସ୍ବାଧୀନ ପ୍ରାର୍ଥୀମାନେ ମଧ୍ୟ ଦଳୀୟ ପ୍ରାର୍ଥୀ ମାନଙ୍କୁ କଡା ଟକ୍କର ଦେଉଛନ୍ତି। ପ୍ରାର୍ଥୀମାନେ ବିଭିନ୍ନ ଓ୍ବାର୍ଡରେ ଘରକୁଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ପ୍ରାର୍ଥୀମାନଙ୍କ ସହ ଦଳୀୟ କର୍ମୀ ଓ ସମର୍ଥକମାନେ ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଭାଜପା ପୌରାଧ୍ୟକ୍ଷା ପ୍ରାର୍ଥନୀ ତନୟା ମିଶ୍ର ଶୁକ୍ରବାର ଦୋଳ ପୂର୍ଣ୍ଣିମାରେ ଓ୍ବାର୍ଡ ନମ୍ବର ୧ର ରାଣୀବଗିଚା ଅଞ୍ଚଳରେ ଘରକୁ ଘର ବୁଲି ମାରାଥନ ପ୍ରଚାର କରିଛନ୍ତି। ଏଥିସହିତ ତନୟା ଓ୍ବାର୍ଡ ନମ୍ବର ୨ର ଭିତ୍ରିଆପଡ଼ା, ମହାଦେବ ପଡା, ଓ୍ବାର୍ଡ ନମ୍ବର ୮ ଆର୍‌ ଆର୍‌ ଆଇଟି କଲୋନୀ, ଓ୍ବାର୍ଡ ନମ୍ବର ୧୫ର ଡେଙ୍ଗିଭାଡି, ମସଜିଦପଡା,ଫାୟାର ଅଫିସ ଲେନ ଅଞ୍ଚଳରେ ଘରକୁଘର ବୁଲି ପ୍ରଚାର କରିଛନ୍ତି।

Share