Posted inଜାତୀୟ

ନିଯୁକ୍ତିର କିଛି ଘଣ୍ଟା ମଧ୍ୟରେ ମେୟରଙ୍କ ଆସନ ଦୋହଲିଲା: ହାଇକୋର୍ଟରେ ଆବେଦନ,କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ…

ଚଣ୍ଡିଗଡ଼,୩୧।୧ : ଚଣ୍ଡିଗଡ଼ ମେୟର ନିର୍ବାଚନ ମାମଲା ହାଇକୋର୍ଟରେ ପହଞ୍ଚିଛି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ନୂତନ ମେୟରଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ବୁଧବାର ଏହି ମାମଲାର ଶୁଣାଣି ବେଳେ କୋର୍ଟ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନ ଏବଂ ପ୍ରଶାସନକୁ ନୋଟିସ ଜାରି କରି ସେମାନଙ୍କ ପ୍ରତିକ୍ରିୟା ମାଗିଛନ୍ତି। ଆଦେଶରେ କୁହାଯାଇଛି ଉଭୟ କହିଛନ୍ତି ଏହି ପ୍ରସଙ୍ଗରେ ସେମାନଙ୍କର ବିସ୍ତୃତ ଉତ୍ତର ଦାଖଲ କରିବା ଜରୁରୀ। ସୂଚନାନୁସାରେ, ଆମ ଆଦମୀ ପାର୍ଟିର କୁଲଦୀପ କୁମାର ହାଇକୋର୍ଟରେ ଏନେଇ ଆବେଦନ କରିଛନ୍ତି। ଚଣ୍ଡିଗଡ଼ର ମେୟର ନିର୍ବାଚନରେ ଅନିୟମିତତା ଅଭିଯୋଗରେ ଭାଜପା ଦ୍ୱାରା ନବନିଯୁକ୍ତ ମେୟର ମନୋଜ କୁମାର ସୋନକରଙ୍କୁ ଏହି ପଦରୁ ହଟାଇବାକୁ ଦାବି କରାଯାଇଛି।

ଶୁଣାଣି ସମୟରେ କୋର୍ଟ କହିଛନ୍ତି ବର୍ତ୍ତମାନ ପରିସ୍ଥିତି ବଦଳିଛି, କାରଣ ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। କୋର୍ଟ କହିଛନ୍ତି ବର୍ତ୍ତମାନ ଉଭୟ ପକ୍ଷଙ୍କର ଅଭିଯୋଗ ଶୁଣାଯିବ। ଶୁଣାଣି ପରେ ନିଷ୍ପତ୍ତି ନିଆଯିବ। ଚଣ୍ଡିଗଡ଼ ମେୟରଙ୍କ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇବାକୁ ଏହି ପିଟିଶନରେ ଦାବି କରାଯାଇଛି। ଶୁଣାଣି ସମୟରେ ଚଣ୍ଡିଗଡ଼ ପ୍ରଶାସନ ଏହାର ଉତ୍ତର ଦେବାକୁ ଏକ ସପ୍ତାହ ସମୟ ମାଗିଥିଲେ। ଯାହାକୁ କୋର୍ଟ ଅନୁମୋଦନ କରିଛନ୍ତି।

ଶୁଣାଣି ସମୟରେ ସରକାରୀ ଓକିଲ କୋର୍ଟଙ୍କୁ କହିଛନ୍ତି ଚଣ୍ଡିଗଡ଼ ମେୟର ନିର୍ବାଚନରେ ଅନିୟମିତତା ହୋଇଛି। ଯେତେବେଳେ କି ସ୍ବଚ୍ଛ ଢଙ୍ଗରେ ର୍ନିବାଚନ କରିବାକୁ କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଛନ୍ତି ନିର୍ବାଚନ ପାଇଁ ଅଧ୍ୟକ୍ଷ ବିଳମ୍ବରେ ଆସିଥିଲେ। ଏହା ବ୍ୟତୀତ କିଛି ବାଲାଟ କାଗଜପତ୍ର ଚିହ୍ନିତ ହୋଇସାରିଥିଲା। ଏଏପି ପ୍ରାର୍ଥୀଙ୍କ ୨୦ଟି ଭୋଟ ମଧ୍ୟରୁ ୮ ଟି ଅବୈଧ ଘୋଷିତ ହୋଇଥିଲା। ନିର୍ବାଚନରେ ଅନିୟମିତତା କରାଯାଇଛି। ଭୋଟ ରେକର୍ଡ ଏବଂ ଅନୁସନ୍ଧାନ କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri