ଭଞ୍ଜସେନା ମୁଖ୍ୟ କଂଗ୍ରେସ ମୁହାଁ

ବାରିପଦା,୩ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସାଧାରଣ ନିର୍ବାଚନ ପରେ ପୁଣି ମୟୂରଭଞ୍ଜ ଜିଲା ରାଜନୀତି ସରଗରମ ହେବାରେ ଲାଗିଛି। କିଛିଦିନର ବ୍ୟବଧାନ ପରେ ଏବେ ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ଦିନ ପୂର୍ବେ ବିଜେଡିର ପ୍ରାଥମିକ ସଦସ୍ୟ ଓ ରାଜ୍ୟ ସଭା ସଦସ୍ୟା ପଦରୁ ମମତା ମହାନ୍ତ ଇସ୍ତଫା ଦେଇଥିଲେ। ଏହାର ୨୪ ଘଣ୍ଟା ନ ପୂରୁଣୁ ଭାଜପାରେ ମିଶିଥିଲେ; ଯାହାି ଜିଲା ରାଜନୀତିକୁ ସରଗରମ କରିଦେଇଥିଲା। ଏହି ଚର୍ଚ୍ଚା ନ ଥମୁଣୁ ଜିଲାର ଅଗ୍ରଣୀ ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା (ସଫି) କଂଗ୍ରେସ ମୁହଁା ହୋଇଥିବା କୁହାଯାଉଛି।
କଂଗ୍ରେସ ନେତୃବୃନ୍ଦ ମୟୂରଭଞ୍ଜ ଜିଲାରେ ଦଳୀୟ ସଙ୍ଗଠନକୁ ସଜାଡ଼ିବା ପ୍ରୟାସରେ ଥିବାବେଳେ ଟାଣୁଆ ନେତା କଳିଙ୍ଗ କେଶରୀଙ୍କୁ ଗୁରୁଦାୟିତ୍ୱ ଦେବା ନେଇ କୁଆଡ଼େ ନିଷ୍ପତ୍ତି ହୋଇଛି। ସେ ଦଳକୁ ସୁସଙ୍ଗଠିତ କରିବା ସହ ଆଗାମୀ ନିର୍ବାଚନରେ ସଫଳତା ଆଣିଦେବା ଲକ୍ଷ୍ୟରେ କଂଗ୍ରେସ ଶୀର୍ଷ ନେତୃବୃନ୍ଦଙ୍କ ସହ ଯୋଗସୂତ୍ରରେ ଥିବା କର୍ମୀ ମହଲରେ ଆଲୋଚନା ଚାଲିଛି। ସାଙ୍ଗଠନିକ ଦୃଷ୍ଟିରୁ କଳିଙ୍ଗ କେଶରୀଙ୍କ ଦକ୍ଷତାକୁ ନେଇ ଜିଲାବାସୀ ବେଶ୍‌ ଅବଗତ ରହିଛନ୍ତି ା
ଜିଲାର ମୌଳିକ ସମସ୍ୟାକୁ ନେଇ ସେ ଅଣରାଜନୈତିକ ସଙ୍ଗଠନ ଭାବେ ଭଞ୍ଜସେନା ପ୍ରତିଷ୍ଠା କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦାବି ଓ ଆନ୍ଦୋଳନ ଚଳାଇ ଆସୁଛନ୍ତି। ଜିଲାରେ ମେଡିକାଲ କଲେଜ ସ୍ଥାପନ, ରେଳ ପ୍ରକଳ୍ପର ବିକାଶ, ଅନ୍‌ଲାଇନ ଟ୍ରେନ୍‌ ଟିକେଟ କାଉଣ୍ଟର ପ୍ରତିଷ୍ଠା, ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ, ପର୍ଯ୍ୟଟନ ଶିଳ୍ପ, ଦ୍ୱାରଶୁଣୀ ଘାଟି ରାସ୍ତା ସମ୍ପ୍ରସାରଣ ଲାଗି ଦାବି ଉଠାଇ ସଫଳ ହୋଇଛନ୍ତି। ସେହିପରି ପରିବେଶ ଓ ଜଳବାୟୁ ନିୟନ୍ତ୍ରଣ ଦିଗରେ ବ୍ୟାପକ ଚାରାରୋପଣ କରିବା ଭଳି ଅନେକ କାର୍ଯ୍ୟ କରିଛନ୍ତି। ଜଣେ ଛାତ୍ରନେତା ଭାବେ ପରିଚିତ କଳିଙ୍ଗ କେଶରୀ ୧୯୯୫-୯୬ରେ ଏମ୍‌ପିସି କଲେଜର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର କଂଗ୍ରେସର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଭାବେ ସେ କାର୍ଯ୍ୟ ତୁଲାଇଥିଲେ। ଜେଏମ୍‌ଏମ୍‌ ଟିକେଟରେ ମୋରଡ଼ା ବିଧାନସଭା ଆସନରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
କଂଗ୍ରେସ ମଙ୍ଗ ସମ୍ଭାଳିବାକୁ ଜଣେ ଦକ୍ଷ ସଙ୍ଗଠକଙ୍କ ଆବଶ୍ୟକତା ଥିବାରୁ କଳିଙ୍ଗ କେଶରୀଙ୍କୁ ଦଳରେ ସାମିଲ କରାଯାଉଥିବା ନେଇ ଯୋଜନା ଚାଲିଥିବା ଦଳର ଜଣେ ବରିଷ୍ଠ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଭଞ୍ଜସେନା ମୁଖ୍ୟ କଳିଙ୍ଗ କେଶରୀଙ୍କୁ ପଚାରିବାରୁ ଅଦ୍ୟାବଧି କୌଣସି ଦଳରେ ଯୋଗଦେବା ନେଇ ନିଷ୍ପତ୍ତି ନିଆଯାଇ ନାହିଁ। କର୍ମକର୍ତ୍ତା ଓ ଶୁଭେଚ୍ଛୁଙ୍କ ସହ ବିଚାରବିମଶର୍ର୍ ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri