ମୟୂରଭଞ୍ଜକୁ ଅବହେଳା କରାଯାଇନାହିଁ: ରେଳମନ୍ତ୍ରୀ

ବାରିପଦା ଅଫିସ,୧୮ା୨: ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାରମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ରେଳ ବଜେଟ୍‌ରେ ଜିଲା ପାଇଁ ଦିଆଯାଇଥିବା ଦାବି ଗୁଡ଼ିକ ସମ୍ପର୍କରେ ଗୁରୁବାର ଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି। ସର୍ଭେ କାର୍ଯ୍ୟ ସମାପ୍ତ ହେବା ପରେ କ୍ୟାବିନେଟ ଅନୁମୋଦନ ପାଇଁ ପଠାଇ ଖୁବଶୀଘ୍ର ଅର୍ଥ ବ୍ୟୟବରାଦ, କାର୍ଯ୍ୟ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ପ୍ରକାଶ କରିଛନ୍ତି। ରେଳ ବଜେଟରେ ଜିଲାକୁ ଏକ ହଜାର ଟଙ୍କା ଦିଆଯିବା ଘଟଣାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରେଜ ବଜେଟକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱକୁ ନେଇ ଉତ୍ତରରେ ଜିଲାକୁ କୌଣସି ଅବହେଳା କରାଯାଇନାହିଁ ବୋଲି ରେଳମନ୍ତ୍ରୀ କହିଥିଲେ।
ଜିଲାର ପ୍ରମୁଖ ରେଳପଥ ବୁଢ଼ାମରା-ଚାକୁଳିଆ, ବାଙ୍ଗରିପୋଷି-ଗୋରୁମହିଷାଣୀ ଓ ବାଦାମପାହାଡ଼-କେନ୍ଦୁଝରର ସର୍ଭେ କାର୍ଯ୍ୟ ସମାପ୍ତ ହୋଇସାରିଥିଲେ ମଧ୍ୟ ଚଳିତ ବଜେଟ୍‌ରେ କୌଣସି ଅନୁଦାନ ଦିଆ ନ ଯିବାରୁ ଜିଲାବାସୀଙ୍କ ମନରେ ଗଭୀର ଆଘାତ ଦେଇଛି। ତେବେ ଏହାକୁ ନେଇ ଜଳଶକ୍ତି ମନ୍ତ୍ରୀ ଟୁଡୁଙ୍କ ସହ ଆଲୋଚନା ପରେ ବାଙ୍ଗରିପୋଷିଠାରୁ ଗୋରୁମହିଷାଣୀ ଏବଂ କେନ୍ଦୁଝରଠାରୁ ବାଦାମପାହାଡ଼ ନୂତନ ରେଳପଥ ନିର୍ମାଣ ପାଇଁ ଭାରତ ସରକାର ସହମତି ଦେଇସାରିଛନ୍ତି। କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଦ୍ୱାରା ୧୧ ନଭେମ୍ବର ୨୦୨୨ରେ ଜାରି ହୋଇଥିବା ପତ୍ର ସଂଖ୍ୟା ୩୩୯୬୯୮୨ ଅନୁଯାୟୀ ଜିଲାର ଏହି ଦୁଇଟି ନୂତନ ରେଳପଥର ନିର୍ମାଣ ଫାଇନାଲ ଲୋକେସନ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏକ ମାସରୁ ଦୁଇ ମାସ ମଧ୍ୟରେ ସମାପ୍ତ ହେବା ପରେ ବଜେଟ ନିର୍ଦ୍ଧାରିତ କରାଯିବ। ପରେ ଅର୍ଥ ଅନୁମୋଦନ ପାଇଁ କ୍ୟାବିନେଟକୁ ପଠାଯିବ। ସେହିପରି ଦୀର୍ଘଦିନ ଧରି ଅପେକ୍ଷାରେ ଥିବା ବୁଢାମରା-ଚକୁଳିଆ ନୂତନ ରେଳ ଲାଇନର ଫାଇନାଲ ଲୋକେସନ ନିମନ୍ତେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରେଳମନ୍ତ୍ରୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ଶୀଘ୍ର ଏହାର ସର୍ଭେ କାର୍ଯ୍ୟ ସମାପ୍ତ ହେବା ପରେ ଅର୍ଥ ଅନୁମୋଦନ କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଏହି ପ୍ରକଳ୍ପ ଗୁଡ଼ିକ ଚଳିତ ବଜେଟରେ ରଖାଯାଇ ନ ଥିଲା। ତେବେ ଏହି ତିନୋଟି ପ୍ରକଳ୍ପ ଆରମ୍ଭ କରିବାରେ ଅର୍ଥର ଅଭାବ ରହିବ ନାହିଁ ବୋଲି କହିବା ସହ ବିଭାଗଠାରେ ଥିବା କଣ୍ଟିଜେନ୍ସି ଫଣ୍ଡରୁ ଏହି କାର୍ଯ୍ୟକୁ ଆରମ୍ଭ କରାଯିବ ବୋଲି କହିଥିଲେ। ସେହିପରି ଅମୃତ ଭାରତ ଷ୍ଟେଶନ ଯୋଜନାରେ ରାଜ୍ୟର ୫୭ଟି ରେଳ ଷ୍ଟେଶନ ମଧ୍ୟରେ ଜିଲାର ବାରିପଦା, ବେତନଟୀ, ବାଙ୍ଗରିପୋଷି ଓ ରାଇରଙ୍ଗପୁର ଷ୍ଟେଶନର ଆଧୁନିକକରଣ ପାଇଁ ଅର୍ଥ ବ୍ୟୟ ବରାଦ କରାଯାଇଛି। ନୂତନ ରେଳ ପ୍ରକଳ୍ପ ମଧ୍ୟରେ ନୀଳଗିରିରୁ ଟାଟା ଭାୟା କପ୍ତିପଦା, ଉଦଳା, ଖୁଣ୍ଟା ଏବଂ ବାରିପଦା ଷ୍ଟେଶନର ସର୍ଭେ କାର୍ଯ୍ୟ ଜାରି ରହିଛି। କୌଣସି ରାଜନୀତି ନ କରି ସମସ୍ତେ ସହଯୋଗ କରିବାକୁ ମନ୍ତ୍ରୀ ବୈଷ୍ଣବ ଅନୁରୋଧ କହିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri