ଭୁବନେଶ୍ୱର, ୨୭।୪ (କ୍ରୀଡ଼ା ପ୍ରତିନିଧି): ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ୍ ସାହାଣୀ କପ୍ରେ ବୁଧବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ମୟୂରଭଞ୍ଜ ଦଳ ବିଜୟୀ ହୋଇଥିବା ବେଳେ କୋରାପୁଟ-ଗଞ୍ଜାମ ଓ ପାରାଦୀପ-ଝାରସୁଗୁଡ଼ା ମ୍ୟାଚ ଡ୍ର ରହିଛି। ସ୍ଥାନୀୟ କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ମ୍ୟାଚରେ ମୟୂରଭଞ୍ଜ ୬-୧ ଗୋଲରେ ବଲାଙ୍ଗୀରକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଫଗୁ ହେମ୍ବ୍ରମ ୧୪, ୫୧, ୫୯ ଓ ୯୨ ମିନିଟରେ ଏକାକୀ ୪ଟି ଗୋଲ ଦେଇଥିବାବେଳେ ବିନ୍ଦୁ ହେମ୍ବ୍ରମ ୨୮ ଓ ୪୦ତମ ମିନିଟରେ ୨ଟି ଗୋଲ ସ୍କୋର କରିଥିଲେ। ବଲାଙ୍ଗୀର ପକ୍ଷରୁ ସମ୍ବିତ ନାଏକ ୫୦ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। କଟକର ଓଟିଏମ୍ ଗ୍ରାଉଣ୍ଡରେ କୋରାପୁଟ ଓ ଗଞ୍ଜାମ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। କୋରାପୁଟର ଈଶ୍ୱର ଜାନି ୧୭ ଓ ଗଞ୍ଜାମର ବିଜୟ କୁମାର ବାରିକା ୪୩ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ସେହିପରି କଟକ ବିଡ଼ାନାସୀ ପଡ଼ିଆରେ ପାରାଦୀପ-ଝାରସୁଗୁଡ଼ା ମ୍ୟାଚ ୧-୧ ଗୋଲରେ ଡ୍ର’ରେ ଶେଷ ହୋଇଛି। ଝାରସୁଗୁଡ଼ାର ତୁଷାର କାନ୍ତାନାଗ ୬ଷ୍ଠ ମିନିଟରେ ଏବଂ ପାରାଦୀପର ସହତପ୍ତ ରଥ ୮୫ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।