ଅମ୍ବାନୀଙ୍କ ଭାବି ବୋହୂଙ୍କ ନାଚ ଦେଖିବାକୁ ପହଞ୍ଚିଲେ ସେଲିବ୍ରିଟି

ଶିଳ୍ପପତି ମୁକେଶ ଅମ୍ବାନୀ ଓ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଭାବି ବୋହୂ ରାଧିକା ମର୍ଚାଣ୍ଟଙ୍କ ପାଇଁ ସ୍ପେଶାଲ ସେରିମନିର ଆୟୋଜନ କରିଥିଲେ। ଏହି ଅବସରରେ ଭରତନାଟ୍ୟମ ଡ୍ୟାନ୍ସ ଶୋ ରଖାଯାଇଥିଲା। ଏହି ଶୋର ନିଜର ନୃତ୍ୟ ଦକ୍ଷତା ରାଧିକା ଦେଖାଇ ଥିଲେ।
ରାଧିକା ମର୍ଚାଣ୍ଟ ହେଉଛନ୍ତି ଅନନ୍ତ ଅମ୍ବାନୀଙ୍କ ଭାବି ସ୍ତ୍ରୀ। ସେ ଜଣେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ । ସେ ୮ ବର୍ଷ ହେବ ସେ ଶାସ୍ତ୍ରୀୟ ନୃତ୍ୟ ଜଗତ ସହିତ ଜଡିତ। ରାଧିକାଙ୍କ ପାଇଁ ଏହି ଶୋର ଆୟୋଜନ ଜିଓ ୱାଲର୍‌ଡ ସେଣ୍ଟରରେ ଆୟୋଜନ ହୋଇଛି। ଏହି ଶୋ ଦେଖିବା ପାଇଁ ବଲିଉଡ୍‌ର ଲୋକପ୍ରିୟ ଅଭିନେତାଙ୍କଠାରୁ ଆରମ୍ଭ କରି ଭାରତୀୟ କ୍ରିକେଟର ମାନେ ଯୋଗଦେଇଥିଲେ।

Share