ଏମ୍‌ବିବିଏସ୍‌, ବିଡିଏସ୍‌ ନାମଲେଖା: ୧ମ ତାଲିକା ପ୍ରକାଶ

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ପାଇଁ ୧ମ ପର୍ଯ୍ୟାୟ ନାମଲେଖା ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ୧୨ଟି ମେଡିକାଲ କଲେଜରେ ଉଭୟ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ପାଠ୍ୟକ୍ରମରେ ରାଜ୍ୟ କୋଟା ସିଟ୍‌ରେ ମୋଟ ୧,୪୬୬ଟି ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧,୪୦୧ ସିଟ୍‌ ଆଲଟମେଣ୍ଟ କରାଯାଇଛି। ସେଥିରୁ ୧,୧୩୯ ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଏସ୍‌ସିବି ମେଡିକାଲ କଲେଜରେ ୨୧୨(ଏମ୍‌ବିବିଏସ୍‌) ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୧୧ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୧୫୭ ଜଣ ଆଡମିଶନ କରିଛନ୍ତି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ୨୧୩ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୧୦ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୧୯୫ ଜଣ ଆଡମିଶନ କରିଛନ୍ତି। ବୁର୍ଲାସ୍ଥିତ ଭିମ୍‌ସାରରେ ୧୭୦ ସିଟ୍‌ ରହିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୬୬ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା ଏବଂ ୧୫୭ ଜଣ ଆଡମିଶନ କରିଛନ୍ତି। ବାରିପଦା ପିଆର୍‌ଏମ୍‌ଏମ୍‌ସିଏଚ୍‌ରେ ୧୦୬ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୨ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୯୭ ଜଣ ଆଡମିଶନ କରିଛନ୍ତି। କୋରାପୁଟର ଏସ୍‌ଏଲ୍‌ଏନ୍‌ଏମ୍‌ସିଏଚ୍‌ କଲେଜରେ ୧୦୬ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୧ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୯୮ ଜଣ ଆଡମିଶନ କରିଛନ୍ତି। ବାଲେଶ୍ୱର ଏଫ୍‌ଏମ୍‌ ମେଡିକାଲ କଲେଜରେ ୮୫ ସିଟ୍‌ରୁ ୮୨ ଜଣଙ୍କୁ ସିଟ୍‌ ଆଲଟମେଣ୍ଟ କରାଯାଇଥିବା ବେଳେ ସେଥିରୁ ୮୦ ଜଣ ଆଡମିଶନ କରିଛନ୍ତି। ବଲାଙ୍ଗୀର ବିବି ମେଡିକାଲ କଲେଜରେ ୮୫ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୮୩ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୮୪ ଜଣ ଆଡମିଶନ କରିଛନ୍ତି। ପୁରୀ ଏସ୍‌ଜେ ମେଡିକାଲ କଲେଜରେ ୮୫ ସିଟ୍‌ରୁ ୮୫ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୮୩ ଜଣ ଆଡମିଶନ କରିଛନ୍ତି। ଭୁବନେଶ୍ୱର ହାଇଟେକ ଏମ୍‌ସିଏଚ୍‌ରେ ୧୫୦ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୩୯ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ୯୯ ଜଣ ଆଡମିଶନ କରିଛନ୍ତି। ରାଉରକେଲା ହାଇଟେକ ଏମ୍‌ସିଏଚ୍‌ରେ ୧୦୦ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୮୯ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ୪୩ ଜଣ ଆଡମିଶନ କରିଛନ୍ତି। ସେହିପରି ଭୁବନେଶ୍ୱର ହାଇଟେକ(ଡେଣ୍ଟାଲ)ମେଡିକାଲ କଲେଜରେ ୧୦୦ ସିଟ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାରେ ୮୧ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୭ ଜଣ ଆଡମିଶନ କରିଛନ୍ତି। କଟକ ଏସ୍‌ସିବି(ଡେଣ୍ଟାଲ) କଲେଜରେ ୫୪ ସିଟ୍‌ରୁ ପ୍ରଥମ ପର୍ଯ୍ୟାୟରେ ୫୨ ଜଣଙ୍କୁ ଆଲଟମେଣ୍ଟ କରାଯାଇଥିଲା। ସେଥିରୁ ୪୦ ଜଣ ନାମ ଲେଖାଇଛନ୍ତି।

Share