୭୦ ଲକ୍ଷର ଗାଡ଼ି, କୋଟିଏ ମୂଲ୍ୟ ଘରର ମାଲିକାଣୀ ନୁସରତ; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ବଙ୍ଗାଳୀ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ଏମ୍‌ପି ନୁସରତ ଜହାଁ ଯେଉଁଆଡେ, ବିବାଦ ସେଇଆଡେ। କାରଣ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାରେ ରହିଆସୁଛନ୍ତି। ପ୍ରଥମେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ ସେ। ହେଲେ କିଛି ଦିନ ପରେ ଉକ୍ତ ବିବାହକୁ ଅବୈଧ ବୋଲି କହିଥିଲେ। ପରେ ସେ ମା’ ହେବାକୁ ଯାଉଥିବା ଜଣାପଡ଼ିଥିଲା। ମାତ୍ର ଛୁଆଟି ନିଜର ନ ଥିବା କହିଥିଲେ ନିଖିଲ। ଶେଷରେ ବଙ୍ଗାଳୀ ଅଭିନେତା ତଥା ଭାଜପା ନେତା ୟଶଦାସ ଗୁପ୍ତା ପିଲାର ବାପା ହୋଇଥିବା ନୁସରତ ନିଜେ ସ୍ପଷ୍ଟ କରିଥିଲେ।

୨୦୧୧ରେ ବଙ୍ଗାଳୀ ଫିଲ୍ମ ‘ଶୋତ୍ରୁ’ରୁ ଡେବ୍ୟୁ କରିଥିଲେ ନୁସରତ। ଏବେ ଯାଏ ସେ ଅନେକ ହିଟ୍‌ ଫିଲରେ କାମ କରିଛନ୍ତି। ଚାହିଦା ଅଧିକ ଥିବାରୁ ଫିଲ୍ମ ପିଛା ୫ ଲକ୍ଷ ଟଙ୍କା ପାଉଣା ନେଇଥାନ୍ତି ସେ। ଯେଉଁ ଘରେ ସେ ରୁହନ୍ତି ତାର ମୂଲ୍ୟ ୯୫ ଲକ୍ଷ। ଏହାଛଡ଼ା ତାଙ୍କ ପାଖରେ ୪୫୦ ଗ୍ରାମ ସୁନା, ୧୨ ଲକ୍ଷର ହୀରା, ୭୦ ଲକ୍ଷର ବିଏମ୍‌ଡବ୍ଲୁ, ଏକ ଫୋର୍ଡ କାର୍‌ ରହିଛି। ୨୦୧୯ରେ ନିର୍ବାଚନ ବେଳେ ତାଙ୍କ ସମ୍ପତ୍ତିର ହିସାବ କରାଯାଇଥିଲା। ସେତେବେଳେ ତାଙ୍କ ପାଖରେ ୯୦.୯ ଲକ୍ଷର ଚଳ ଏବଂ ୨ କୋଟିର ଅଚଳ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ମୋଟ ଦେଖିଲେ ତାଙ୍କ ସମ୍ପତ୍ତିର ମୂଲ୍ୟ ୨.୯୦ କୋଟି।

Share