Categories: ଜାତୀୟ

ଆମ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୪।୨: ମେୟର ତଥା ଡେପୁଟି ମେୟର ନିର୍ବାଚନରେ ଜିତିବା ପରେ ଷ୍ଟାଣ୍ଡିଂ କମିଟିରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ସଂଘର୍ଷ କରୁଥିବା ଆମ ଆଦମୀ ପାର୍ଟିକୁ ଝଟ୍‌କା ଲାଗିଛି। ସ୍ଥାୟୀ କମିଟି ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଜଣେ କାଉନସିଲର ଶୁକ୍ରବାର ସକାଳେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।
ବାୱାନା ୱାର୍ଡରୁ ଏଏପି ଟିକେଟରେ ନିର୍ବାଚନରେ ଜିତିଥିବା କାଉନସିଲର ପୱନ ଶେରାୱତ ଆଜି ଭାଜପାରେ ଯୋଗ ଦେଇଛନ୍ତି। ଭାଜପାରେ ଯୋଗଦେବା ପରେ ଏଏପି ଦୁର୍ନୀତିରେ ଲିପ୍ତ ଥିବା ପଓ୍ବନ ଅଭିଯୋଗ କରିଛନ୍ତି।
ଆଜି ସକାଳ ୧୦ଟାରୁ ସିଭିକ ସେଣ୍ଟରରେ ଷ୍ଟାଣ୍ଡିଂ କମିଟି ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ପ୍ରତ୍ୟେକ ଏଏପି ଏବଂ ଭାଜପା ପାଇଁ ପ୍ରତ୍ୟେକ ଭୋଟ ମୂଲ୍ୟବାନ, ତେଣୁ ଗୋଟିଏ ଦଳରୁ ଅନ୍ୟ ଦଳକୁ ଏକ କର୍ପୋରେଟରଙ୍କ ଯୋଗଦାନ ନିଶ୍ଚିତ ଭାବେ ଏକ ବଡ଼ ଝଟ୍‌କା।

Share