ନୂଆଦିଲ୍ଲୀ,୧।୨: ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ମେୟର ନିର୍ବାଚନ ପାଇଁ ବୁଧବାର ନୂଆ ତାରିଖ ଘୋଷଣା ହୋଇଛି। ଫେବୃଆରୀ ୬ରେ ଏମସିଡି ମେୟର, ଡେପୁଟି ମେୟର ଏବଂ ୬ଟି ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନ ହେବ। ମେୟର ନିର୍ବାଚନ ପାଇଁ ଦିଲ୍ଲୀର ଏଲଜି ବିନୟ ସକ୍ସେନା ନୂଆ ତାରିଖକୁ ଅନୁମୋଦନ କରିଛନ୍ତି।
ଏହାପୂର୍ବରୁ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଏଲଜିଙ୍କୁ ମେୟର ନିର୍ବଚନ ପାଇଁ ଏକ ନୂତନ ତାରିଖ ପାଇଁ ଏକ ପ୍ରସ୍ତାବ ପଠାଇଥିଲେ। ଫେବୃଆରୀ ୩, ୩ କିମ୍ବା ୬ରେ ମେୟର ନିର୍ବାଚନ କରିବାକୁ ଦିଲ୍ଲୀ ସରକାର ଏକ ପ୍ରସ୍ତାବ ପଠାଇଥିଲେ।