ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନ ପାଇଁ ବୁଧବାର ଭୋଟ ଗଣନା ହେବ। ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୧ଟା ଯାଏ ଚାଲିବ। ୧୦ ହଜାରରୁ ଅଧିକ କର୍ମଚାରୀ ୪୨ଟି ମତଦାନ କେନ୍ଦ୍ରରେ ଭୋଟ ଗଣନା କରିବେ। ସମସ୍ତ ୱାର୍ଡରେ ୫ରୁ ୧୦ରାଉଣ୍ଡ ଗଣନା ହେବ। ଅପରାହ୍ନ ଗୋଟାଏ ସୁଦ୍ଧା ସମସ୍ତ ୱାର୍ଡର ଭୋଟ ଗଣନା କାର୍ଯ୍ୟ ଶେଷ ହେବ ବୋଲି ସୂଚନା ମିଳିଛି।