Categories: ବାଣିଜ୍ୟ

ଛଟେଇ କରିବ ମ୍ୟାକ୍‌ଡୋନାଲ୍ଡ୍‌

ନୂଆଦିଲ୍ଲୀ,୭।୧: ଛଟେଇ କରିବ ମ୍ୟାକ୍‌ଡୋନାଲ୍ଡ। ଚଳିତ ବର୍ଷ ଏପ୍ରିଲ ସୁଦ୍ଧା କମ୍ପାନୀର କିଛି କର୍ମଚାରୀଙ୍କୁ ଛଟେଇ କରାଯିବାକୁ ନେଇ ଘୋଷଣା କରାଯିବ ବୋଲି ସିଇଓ କ୍ରିସ କେମ୍ପକିନସ୍କି କହିଛନ୍ତି। ତେବେ କମ୍ପାନୀରେ ୨ ଲକ୍ଷ କର୍ମଚାରୀ ଅଛନ୍ତି। ଏବେ ସେମାନଙ୍କର ଭୂମିକା ଏବଂ ସ୍ତରର ମୂଲ୍ୟାଙ୍କନ କରି କଠିନ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ପୂର୍ବରୁ ମ୍ୟାକ୍‌ଡୋନାଲ୍ଡ ବ୍ୟତିତ ଆମାଜନ, ଗୋଲ୍ଡମ୍ୟାନ୍‌ ସାକ୍ସ ଏବଂ ସେଲଫୋର୍ସ ଭଳି ବୃହତ କମ୍ପାନୀ ନୂଆ ବର୍ଷ ଆରମ୍ଭରୁ ଛଟେଇ ନେଇ ଘୋଷଣା କରି ସାରିଛନ୍ତି।

Share