ଲଙ୍କାଠାରୁ ବି ଅଧିକ ରାଗ ଏହି ଆଇସ୍‌କ୍ରିମ୍‌

ଚାଇନାର ଲୋକମାନେ ସେମାନଙ୍କ ଅଜବ ଖାଦ୍ୟ ଏବଂ ପରୀକ୍ଷା ନିରୀକ୍ଷା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବାଦୁଡିର ସୁପ୍‌ ପିଇବା ଠାରୁ ଆରମ୍ଭ କରି ଭିନ୍ନ ପ୍ରକାରର ପରୀକ୍ଷା ସେ କରିଥାନ୍ତି। ନିକଟରେ ବିଶ୍ୱର ସବୁଠାରୁ ବଡ଼ ଫାଷ୍ଟଫୁଡ୍‌ ଚେନ୍‌ ‘ମାକ୍‌ ଡୋନାଲ୍ଡସ୍‌’ ଚାଇନାରେ ସ୍ପାଇସି ଚିଲି ଅଏଲ୍‌ ଆଇସ୍‌କ୍ରିମ୍‌ ଲଞ୍ଚ୍‌ କରିଛି। ଏହାକୁ ଖାଇବା ତ ଦୂରର କଥା ଦେଖିବା ମାତ୍ରେ ଦେହରୁ ଝାଳ ବାହାରିଯିବ। ଥଣ୍ଡା, ମିଠା ଆଇସ୍‌କ୍ରିମ୍‌ ଉପରେ ମସଲାଯୁକ୍ତ ଲାଲ ଚଟଣି ସିଞ୍ଚି ଏହାକୁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଛି। ଚାଇନାର ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଆଇସ୍‌କ୍ରିମ୍‌ ନାମରୁ ସ୍ପଷ୍ଟ ଜଣାପଡୁଛି ଯେ, ଆଇସକ୍ରିମ୍‌ ସହ ଲଙ୍କା ଏବଂ ତେଲ ମିଶ୍ରଣ କରାଯାଇଛି। ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ଏହାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଏହାର ନାମକୁ ନେଇ ମଜାକ୍‌ ଉଡାଉଛନ୍ତି।
ଏହାକୁ ଖାଇବା ପରେ ଜଣେ ୟୁଜର ଲେଖିଛନ୍ତି, ମତେ ଚିଲି ଅଏଲ୍‌ ବହୁତ ପସନ୍ଦ ଏବଂ ଆଇସ୍‌କ୍ରିମ୍‌ ମଧ୍ୟ। ତେଣୁ ଏହି ଆଇସ୍‌କ୍ରିମ୍‌ ମୋତେ ବହୁତ ଭଲ ଲାଗୁଛି ବୋଲି ସେ କହିଛନ୍ତି।

Share