Posted inଖେଳ

ମ୍ୟାକ୍‌ଗ୍ରା ସର୍ବାଧିକ ଉଇକେଟ ହାସଲକାରୀ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ତ୍ରୟୋଦଶ ସଂସ୍କରଣକୁ ଆଉ ମାତ୍ର ୭ ଦିନ ବାକି ରହିଛି। ବିଶ୍ୱର ଶ୍ରେଷ୍ଠ ଦଳକୁ ନେଇ ଭାରତର ୧୦ଟି ଭେନ୍ୟୁରେ ଆରମ୍ଭ ହେବ ଏହି ମହାକୁମ୍ଭ। ବିଶ୍ୱକପ୍‌ର ୧୨ ସଂସ୍କରଣରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ସମ୍ପର୍କରେ ଆଜିର ପ୍ରସ୍ତୁତି…
ଗ୍ଲେନ୍‌ ମ୍ୟାକ୍‌ଗ୍ରା: ୧୯୯୬-୨୦୦୭
ଅଷ୍ଟ୍ରେଲିଆର ଏହି ସ୍ପିଡ୍‌ଷ୍ଟର ନିଜ ଚମତ୍କାର ସୁଇଙ୍ଗ ବୋଲିଂ ସହିତ ଉଇକେଟ ହାସଲକାରୀ କ୍ଷମତା ପାଇଁ ପ୍ରସିଦ୍ଧ। ବିଶ୍ୱକପ୍‌ର ୪ଟି ସଂସ୍କରଣରେ ସେ ଅଷ୍ଟ୍ରେଲିଆ ପାଇଁ ଖେଳିଛନ୍ତି। ଏହା ମଧ୍ୟରେ ୩୯ ମ୍ୟାଚ୍‌ ଖେଳି ସେ ନେଇଛନ୍ତି ୭୧ ଉଇକେଟ। ୭/୧୫ର ଶ୍ରେଷ୍ଠ ବୋଲିଂ ଫିଗର ସହିତ ସେ ୪୨ ମେଡେନ ଓଭର ମଧ୍ୟ ବୋଲିଂ କରିଛନ୍ତି।

ମୁଥେୟା ମୁରଲୀଧରନ:୧୯୯୬-୨୦୧୧

ଶ୍ରୀଲଙ୍କାର ଏହି ସ୍ପିନ୍‌ ଯାଦୁକର ୫ଟି ସଂସ୍କରଣର ବିଶ୍ୱକପ୍‌ ଖେଳି ୬୮ ଉଇକେଟ ନେଇଛନ୍ତି। ପଦାର୍ପଣରେ ୧୯୯୬ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିଥିବା ମୁରଲୀଧରନ ୪୦ ମ୍ୟାଚ୍‌ ଖେଳିଛନ୍ତି। ୪/୧୯ ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର ରହିଥିବା ବେଳେ ସେ ୧୫ ମେଡେନ ଓଭର ବୋଲିଂ କରିଛନ୍ତି।

ଲସିଥ୍‌ ମାଲିଙ୍ଗା: ୨୦୦୭-୨୦୧୯

ଶ୍ରୀଲଙ୍କା ପାଇଁ ୩ଟି ବିଶ୍ୱକପ୍‌ ଖେଳିଥିବା ମାଲିଙ୍ଗା ୫୬ ଉଇକେଟ ସହିତ ସର୍ବାଧିକ ଉଇକେଟ ହାସଲକାରୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ଦୁଇଟି ସଂସ୍କରଣର ଫାଇନାଲ ଖେଳିଥିବା ମାଲିଙ୍ଗା ମାତ୍ର ୨୮ ମ୍ୟାଚରୁ ଏହି ସଫଳତା ହାସଲ କରିଛନ୍ତି। ୬/୩୮ର ଶ୍ରେଷ୍ଠ ବୋଲିଂ ଫିଗର ସହିତ ସେ ୧୧ଟି ମେଡେନ୍‌ ଓଭର ବୋଲିଂ କରିଛନ୍ତି।

ଓ୍ବାସିମ୍‌ ଆକ୍ରମ: ୧୯୮୭-୨୦୦୩

ପାକିସ୍ତାନର କିମ୍ବଦନ୍ତୀ ପେସ୍‌ ବୋଲର ଓ୍ବାସିମ୍‌ ଆକ୍ରମ ୫୫ ଉଇକେଟ ସହ ଏହି ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି। ପାକିସ୍ତାନ ପକ୍ଷରୁ ୫ଟି ସଂସ୍କରଣ ବିଶ୍ୱକପ୍‌ ଖେଳିଥିବା ଆକ୍ରମ ୩୮ ମ୍ୟାଚରୁ ୫୫ ଉଇକେଟ ନେଇଛନ୍ତି। ଏହା ମଧ୍ୟରେ ୧୬ ମେଡେନ ଓଭର ବୋଲିଂ କରିଥିବା ବେଳେ ୫/୨୮ ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର ରହିଛି।

ମିଚେଲ ଷ୍ଟାର୍କ: ୨୦୧୫-ଜାରି ରହିଛି

ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ୧୮ ମ୍ୟାଚ୍‌ରୁ ୪୯ ଉଇକେଟ ନେଇ ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଚଳିତ ବିଶ୍ୱକପ୍‌ରେ ସେ ଆକ୍ରମ ଓ ମାଲିଙ୍ଗାଙ୍କୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ୨୦୧୫ ଓ ୨୦୧୯ ବିଶ୍ୱକପ୍‌ରେ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ରହିଥିବା ଷ୍ଟାର୍କ ୮ ମେଡେନ୍‌ ଓଭର ପକାଇଥିବା ବେଳେ ୬/୨୮ ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର ରହିଛି।

ବି.ଦ୍ର: ଭାରତୀୟ ବୋଲରଙ୍କ ମଧ୍ୟରେ ଜାହିର ଖାନ୍‌ ଓ ଜାଭାଗଲ ଶ୍ରୀନାଥ ୪୪ଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ମହମ୍ମଦ ଶାମି ଓ ଅନିଲ କୁମ୍ବଲେ ୩୧ଟି ଲେଖାଏ ଉଇକେଟ ନେଇଥିବା ବେଳେ ପ୍ରଥମ ବିଶ୍ୱକପ୍‌ ବିଜୟୀ ଅଧିନାୟକ କପିଳ ଦେବ ୨୮ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri