Categories: ବାଣିଜ୍ୟ

କେନ୍ଦୁଝରରେ ମାକଏ’ର ଡିଲର ମିଟ୍‌

ଭୁବନେଶ୍ୱର,୨୫।୮:ଦେଶର ପ୍ରମୁଖ ଆପ୍ଲାଏନ୍ସ ବ୍ରାଣ୍ଡ୍‌ ମାକଏ ପକ୍ଷରୁ କେନ୍ଦୁଝରର ଶ୍ରୀକ୍ଷେତ୍ର ଇଣ୍ଟନ୍ୟାଶନାଲଠାରେ ଏକ ଡିଲର ମିଟ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଷ୍ଟ୍ରିବ୍ୟୁଟର ସାଇ ସେଲ୍‌ସ କେନ୍ଦୁଝର ପକ୍ଷରୁ ଆୟୋଜିତ ଉକ୍ତ ସମ୍ମିଳନୀରେ ପ୍ରାୟ ୬୦ ଡିଲର ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ କମ୍ପାନୀର ମାର୍କେଟିଂ ନିର୍ଦ୍ଦେଶକ ପ୍ରମୋଦ କୁମାର ଖୋସ୍‌ଲା ଏବଂ ଆଞ୍ଚଳିକ ପ୍ରବନ୍ଧକ ଲଲାଟେନ୍ଦୁ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ଆଞ୍ଚଳିକ ସର୍ଭିସ ମ୍ୟାନେଜର (ପ୍ରବନ୍ଧକ) ସ୍ମତିରଞ୍ଜନ ମହାପାତ୍ରଙ୍କ ସମେତ ଏରିଆ ମ୍ୟାନେଜର ସୁବ୍ରତ ରଞ୍ଜନ ସାହୁ, ପ୍ରଦୀପ୍ତ କୁମାର ତ୍ରିପାଠୀ,ଜନ୍ମେଜୟ ବେହେରା ଏବଂ ରତିକାନ୍ତ ଶତପଥୀ ପ୍ରମୁଖ ଉପସ୍ଥତି ରହି ଉକ୍ତ ସମ୍ମିଳନୀର ସୁପରିଚାଳନା କରିଥିଲେ। ସେହିଭଳି ଉକ୍ତ ସମ୍ମିଳନୀରେ କମ୍ପାନୀ ନୂତନ ଉପତ୍ାଦଗୁଡିକୁ ବଜାର ପ୍ରବେଶ କରାଯାଇଥିଲା। ଏପରିକି ବଜାରରେ ଉଚ୍ଚ ପ୍ରଦର୍ଶନ କରିଥିବା ଡିଲରମାନଙ୍କୁ ସମ୍ମିଳନୀରେ ପୁରସ୍କୃତ କରାଯାଇଥିଲା। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଆୟୋଜନ କରିବାକୁ କମ୍ପାନୀ ପକ୍ଷରୁ ଯୋଜନା ରଖାଯାଇଛି।

Share