ଏମ୍‌ସିଏଲ୍‌ ସର୍ବବୃହତ୍‌ କୋଇଲା ଉତ୍ପାଦନକାରୀ କମ୍ପାନୀ

ତାଳଚେର,୧୪ା୩(ଡି.ଏନ.ଏ.): ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ଚଳିତ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନରେ ୧୫୭ ମିଲିୟନ୍‌ ଟନ୍‌ ଅତିକ୍ରମ କରି ଦେଶର ଅଗ୍ରଣୀ କୋଇଲା ଉତ୍ପାଦନକାରୀ କମ୍ପାନୀ ହୋଇପାରିଛି। ଗତ ୧୨ ତାରିଖ ସୁଦ୍ଧା କମ୍ପାନୀ ଶୁଖିଲା ଇନ୍ଧନର ୭.୬୨ ଲକ୍ଷ ଟନ୍‌ ଉତ୍ପାଦନ କରିଛି, ଯାହା ଗତ ଆର୍ଥିକ ବର୍ଷଠାରୁ ପ୍ରାୟ ୧୬% ଅଭିବୃଦ୍ଧି ସହିତ ଚଳିତ ଆର୍ଥିକ ବର୍ଷରେ ୧୫୭.୭ ମିଲିୟନ ଟନ୍‌ରେ ପହଞ୍ଚିଛି। ଏହି ସଫଳତା ପାଇଁ କମ୍ପାନୀ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ.ପି. ସିଂ ସମସ୍ତ ଅଧିକାରୀ, କର୍ମଚାରୀ, ଚୁକ୍ତିଭିତ୍ତିକ କମ୍ପାନୀ କର୍ମଚାରୀ ଏବଂ ଅନ୍ୟ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶକୁ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବାରେ ଏମ୍‌ସିଏଲ୍‌କୁ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ପଡିବ ବୋଲି ସିଏମ୍‌ଡି ପ୍ରକାଶ କରିଛନ୍ତି।