ଆଜି ଉଦ୍‌ଘାଟନ ହେବ ଏମ୍‌ସିଏଲ୍‌ର ୨୧୪୫ କୋଟିର ପ୍ରକଳ୍ପ

ଭୁବନେଶ୍ୱର,୩।୨ (ଅଭୟ ଦାଶ): ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ୨୧୪୫କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ୪ଟି ପ୍ରମୁଖ ପ୍ରକଳ୍ପକୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ସହ ଦେଶ ଉଦ୍ଦେଶ୍ୟ୍‌ରେ ଉତ୍ସର୍ଗ କରିବେ ବୋଲି ଏମ୍‌ସିଏଲ୍‌ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏ ନେଇ ଶୁକ୍ରବାର ଏମ୍‌ସିଏଲ୍‌ ପକ୍ଷରୁ ଭୁବନେଶ୍ୱରଠାରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏମ୍‌ସିଏଲ୍‌ର ନିର୍ଦ୍ଦେଶକ (ଫାଇନାନ୍ସ) ଅଜିତ କୁମାର ବେହୁରା ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍‌ଘାଟନୀ ଉତ୍ସବର ବିସ୍ତୃତ ସୂଚନା ସହ ଖରବଦାତା ସମ୍ମିଳନୀର ଆଭିମୁଖ୍ୟ ଏବଂ ଏମ୍‌ସିଏଲ୍‌ର କାରବାର ଓ ଲକ୍ଷ୍ୟ ହାସଲ ଏବଂ ଉଦ୍‌ଘାଟନ ହେବାକୁ ଥିବା ୪ ପ୍ରମୁଖ ପ୍ରକଳ୍ପ ବିଷୟରେ ମତବ୍ୟକ୍ତ କରିଥିଲେ। ସେହିଭଳି ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ସିଏଲ୍‌ ଦ୍ୱାରା ନିର୍ମିତ ତଥା କୋଇଲା ଖଣି କ୍ଷେତ୍ରରେ ପରିବର୍ତ୍ତନକାରୀ ୪ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିବେ ବୋଲି ଏମ୍‌ସିଏଲ୍‌ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଅନଗୋଳ ଜିଲାର ତାଳଚେର କୋଲ୍‌ଫିଲ୍ଡରେ ୩୩୫କୋଟି ଟଙ୍କା ବ୍ୟୟର ବାର୍ଷିକ ୧୦ ମିଲିୟନ ଟନ କ୍ଷମତା ବିଶିଷ୍ଟ ଭୁବନେଶ୍ୱରୀ ଫେଜ୍‌-୧ ସିଏଚ୍‌ପି ସାଇଲୋ ଏବଂ ୩୭୪ କୋଟି ଟଙ୍କା ବିନିଯୋଗର ଇବ୍‌ ଭ୍ୟାଲି କୋଲ୍‌ଫିଲ୍ଡରେ ବାର୍ଷିକ ୧୫ମିଲିୟନ ଟନ କ୍ଷମତା ବିଶିଷ୍ଟ ଲାଜକୁରା ରାପିଡ୍‌ ଲୋଡିଂ ସିଷ୍ଟମ (ଆର୍‌ଏଲ୍‌ଏସ୍‌) ନିର୍ମିତ ହୋଇଛି। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ହେବାକୁ ଥିବା ଅନ୍ୟ ପ୍ରକଳ୍ପ ମଧ୍ୟରେ ଇବ୍‌ ଭ୍ୟାଲି ୱାଶେରିରେ ବାର୍ଷିକ ୧୦ମିଲିୟନ ଟନ ଅଣ-କୋକିଂ କୋଇଲା ଧୋଇବାର କ୍ଷମତା ରହିଛି। ଓଡ଼ିଶାର ଝାରସୁଗୁଡା ଜିଲାରେ ମୋଟ ୫୫୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କୋଇଲା ପ୍ରକ୍ରିୟାକରଣରେ ଗୁଣବତ୍ତା, ନୂତନତା ଓ ସ୍ଥିରତାକୁ ସୂଚିତ କରୁଛି। ଏଥିସହ ପ୍ରଧାନମନ୍ତ୍ରୀ ଶକ୍ତି ସୁରକ୍ଷା ଦିଗରେ ସ୍ଥିରତା ଅଭିଯାନର ଏକ ଅଂଶ ଭାବେ ୮୭୮କୋଟି ଟଙ୍କା ବ୍ୟୟରେ ନିର୍ମିତ ଝାରସୁଗୁଡା-ବରପାଲୀ-ସରଡେଗା ରେଳଲାଇନ ଫେଜ୍‌-୧ର ୫୦କି.ମି. ଦୀର୍ଘ ଦ୍ୱିତୀୟ ଟ୍ରାକ୍‌କୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ। ଉପରୋକ୍ତ ପ୍ରକଳ୍ପଗୁଡିକ ମଧ୍ୟରେ ଦୁଇଟି ଫାଷ୍ଟ ମାଇଲ କନେକ୍ଟିଭିଟି (ଏଫ୍‌ଏମ୍‌ସି) ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି ବୋଲି ବେହୁରା ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri