ସେଞ୍ଚୁରିଆନ,୨୮।୧୨: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍ର ପ୍ରଥମ ପାଳିରେ ୫ ଉଇକେଟ ନେଇଛନ୍ତି ଭାରତୀୟ ପେସର ମହମ୍ମଦ ଶାମି। ଏଥିସହ ସେ ଟେଷ୍ଟ କ୍ରିକେଟ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ଛୁଇଁବାରେ ସେ ୫ମ ଭାରତୀୟ ପେସର। କ୍ୟାରିୟରର ୫୫ତମ ଟେଷ୍ଟରେ ୩୧ ବର୍ଷୀୟ ଶାମି ଏହି ସଫଳତା ପାଇଛନ୍ତି।
କମ୍ ମ୍ୟାଚ୍ ଖେଳି ୨୦୦ ଉଇକେଟ ହାତେଇବାରେ ସେ ପୂର୍ବତନ ପେସର ଜାହିର ଖାନ ଓ ଭେଟେରାନ ପେସର ଇଶାନ୍ତ ଶର୍ମାଙ୍କୁ ପଛରେ ପକାଇଛନ୍ତି। ଏହି ଦୁଇ ପେସର କ୍ୟାରିୟରର ୬୩ ତମ ଟେଷ୍ଟରେ ୨୦୦ ଉଇକେଟ ପୂରଣ କରିଥିଲେ। ତେବେ ଭାରତୀୟ ପେସରଙ୍କ ମଧ୍ୟରେ ଖୁବ୍ କମ୍ ମ୍ୟାଚ୍ ଖେଳି ୨୦୦ ଟେଷ୍ଟ ହାତେଇବାର ରେକର୍ଡ ଏବେ ବି ପୂର୍ବତନ ଅଧିନାୟକ କପିଳ ଦେବଙ୍କ ନାମରେ ରହିଛି। ସେ ମାତ୍ର ୫୦ ମ୍ୟାଚ୍ରେ ଏହି ସଫଳତା ପାଇଥିଲେ। ଏହି ତାଲିକାରେ ତାଙ୍କ ପଛକୁ ପୂର୍ବତନ ପେସର ଜାଭାଗଲ ଶ୍ରୀକାନ୍ତ (୫୪) ଦ୍ୱିତୀୟ ସ୍ଥାନରେ ରହିଛନ୍ତି।