Categories: ବାଣିଜ୍ୟ

ରାମମନ୍ଦିର ଲାଗି ଏମ୍‌ଡିଏଚ୍‌ ଦେଲା ୧ କୋଟି

ନୂଆଦିଲ୍ଲୀ,୧୮ା୩: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣରେ ଏମ୍‌ଡିଏଚ୍‌ ପ୍ରାଇଭେଟ ଲିମିଟେଡ୍‌ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି। କମ୍ପାନୀର ଅଧ୍ୟକ୍ଷ ରାଜୀବ ଗୁଲାଟି ଉପସ୍ଥିତ ରହି ଏହି ରାଶି ପ୍ରଦାନ କରିଥିଲେ। ଏହି ଅବସରରେ ସେ କହିଛନ୍ତି, ମୋ ବାପା ଧର୍ମପାଲ ଜୀ ଧାର୍ମିକ କାର୍ଯ୍ୟ ଦିଗରେ ମନୋନିବେଶ କରିଥିଲେ। ତାଙ୍କରି ଇଚ୍ଛାକୁ ସମ୍ମାନ ଜଣାଇ କମ୍ପାନୀ ସହାୟତା ରାଶି ଦେଇଛି। ପଶ୍ଚିମ ଦିଲ୍ଲୀ ଲୋକସଭା କ୍ଷେତ୍ରରେ ସମସ୍ତେ ମିଳିତ ହୋଇ ୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଆର୍‌ଏସ୍‌ଏସ୍‌ ଦିଲ୍ଲୀର ସଂଘ ପରିଚାଳକ କୁଳଭୂଷଣ ଆହୁଜା ଏବଂ ସାଂସଦ ପ୍ରବେଶ ବର୍ମା ଉପସ୍ଥିତ ଥିଲେ।

Share