ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ ଗ୍ରାହକଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରିଛି ଅନ୍ୟତମ ପ୍ରମୁଖ ମସଲା ବ୍ରାଣ୍ଡ ଏମଡିଏଚ। ଏମଡିଏଚ କହିଛି ଯେ ଏହାର ମସଲା ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ। କୀଟନାଶକ ଔଷଧ ତାଙ୍କ ମସଲାରେ ଥିବା ଅଭିଯୋଗକୁ ମଧ୍ୟ କମ୍ପାନୀ ଅସ୍ବୀକାର କରିଛନ୍ତି।

ଶନିବାର ଏ ମ୍ପର୍କରେ ଏମଡିଏଚ ଏକ ବିବୃତ୍ତି ଜାରି କରିଛି। କମ୍ପାନୀ କହିଛି ଯେ ଏହା ଏପର୍ଯ୍ୟନ୍ତ ହଂକଂ କିମ୍ବା ସିଙ୍ଗାପୁରର ଖାଦ୍ୟ ନିରାପତ୍ତା ନିୟନ୍ତ୍ରକଙ୍କଠାରୁ କୌଣସି ଯୋଗାଯୋଗ ପାଇନାହିଁ। ଉଭୟ ଦେଶର ନିୟାମକମାନେ ସ୍ପାଇସ ବୋର୍ଡ ଅଫ ଇଣ୍ଡିଆ କିମ୍ବା ଘରୋଇ ନିୟାମକ FSSAI କୁ କୌଣସି ପରୀକ୍ଷା ରିପୋର୍ଟ କିମ୍ବା ଯୋଗାଯୋଗ ବା କମ୍ୟୁନିକେଶନ ପଠାଇ ନାହାଁନ୍ତି। ଏହାର ଉତ୍ପାଦରେ କ୍ଷତିକାରକ କୀଟନାଶକ ମିଳୁଥିବା ଅଭିଯୋଗ ସମ୍ପର୍କରେ କମ୍ପାନୀ କହିଛି ଯେ ଏହା ସତ୍ୟ ନୁହେଁ। ଏପରି ଅଭିଯୋଗ କରିବାର କୌଣସି ଦୃଢ ଆଧାର ନାହିଁ।
ଏହି ସମଗ୍ର ବିବାଦ ଏହି ମାସରେ ଆରମ୍ଭ ହୋଇଥିଲା ଯେତେବେଳେ ହଂକଂ ଏବଂ ସିଙ୍ଗାପୁରରେ ଦୁଇଟି ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ ଏବଂ ଏଭରେଷ୍ଟର ଉତ୍ପାଦରେ କ୍ଷତିକାରକ କୀଟନାଶକ ମିଳୁଥିବା ଖବର ସାମ୍ନାକୁ ଆସିଥିଲା। ହଂକଂର ଖାଦ୍ୟ ସୁରକ୍ଷା କେନ୍ଦ୍ର କହିଛି ଯେ ଉଭୟ ଭାରତୀୟ ବ୍ରାଣ୍ଡର ବହୁ ପୂର୍ବରୁ ପ୍ୟାକେଜ ହୋଇଥିବା ମସଲା ମିଶ୍ରଣ ଦ୍ରବ୍ୟରେ ଇଥିଲିନ ଅକ୍ସାଇଡ ନାମକ ଏକ କୀଟନାଶକ ମିଳିଛି।
ଉଭୟ ବ୍ରାଣ୍ଡର ଅନେକ ଉତ୍ପାଦ କିଣିବାକୁ ଲୋକଙ୍କୁ ହଂକଂ ନିୟାମକ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବ୍ୟବସାୟୀଙ୍କୁ ସମ୍ପୃକ୍ତ ଦ୍ରବ୍ୟ ବିକ୍ରୟ କରିବାକୁ ବାରଣ କରାଯାଇଛି। ଯେଉଁ ଉତ୍ପାଦଗୁଡ଼ିକରେ ହଂକଂର ଖାଦ୍ୟ ନିୟାମକ ନିର୍ଦ୍ଦେଶନାମା ଜାରି କରିଛନ୍ତି ସେଥିରେ ଏମଡିଏଚର ମାଡ୍ରାସର କରି ପାଉଡର, ଏମଡିଏଚ ସମ୍ବର ମସାଲା ମିକ୍ସଡ ମସାଲା ପାଉଡର, ଏମଡିଲଚ କରୀ ପାୱାର ମିକ୍ସଡ ମସାଲା ପାଉଡର ଏବଂ ଏଭରେଷ୍ଟର ଫିସ କରୀ ମସାଲା ଅନ୍ତର୍ଭୁକ୍ତ। ହଂକଂ ପରେ ସିଙ୍ଗାପୁରର ଖାଦ୍ୟ ଏଜେନ୍ସି ମଧ୍ୟ ଏଭରେଷ୍ଟ ଫିସ କରୀ ମସାଲାକୁ ବଜାରରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛି।
ଏହି ବିବାଦ ସମ୍ପର୍କରେ ଏମଡିଏଚ ଏକ ସ୍ପଷ୍ଟୀକରଣ ଜାରି କରିଛି। କମ୍ପାନୀ କହିଛି ଯେ ସଂରକ୍ଷଣ ଠାରୁ ପ୍ରକ୍ରିୟାକରଣ ଏବଂ ପ୍ୟାକେଜିଂ ପର୍ଯ୍ୟନ୍ତ କୌଣସି ପର୍ଯ୍ୟାୟରେ ଏହାର ଉତ୍ପାଦରେ ଇଥିଲିନ ଅକ୍ସାଇଡ ବ୍ୟବହାର କରେ ନାହିଁ । କମ୍ପାନୀ ଗ୍ରାହକମାନଙ୍କୁ ଆଶ୍ୱାସନା ଦେଇଛି ଯେ ଏହା ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ସମସ୍ତ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ମାନଦଣ୍ଡକୁ କଠୋର ଭାବେ ପାଳନ କରେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri