Categories: ଜାତୀୟ

ରାଜନୀତି କରୁଛି କାନାଡା, ସେଠାରେ ଭାରତୀୟ କୁଟନିତୀଜ୍ଞମାନେ ସୁରକ୍ଷିତ ନୁହନ୍ତି: ଏମ୍ଇଏ

ନୂଆଦିଲ୍ଲୀ, ୨୧। ୯: ଭାରତ ଏବଂ କାନାଡା ମଧ୍ଯରେ ତିକ୍ତତା ଦିନକୁ ଦିନ ବଢୁଥିବା ବେଳେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ବୟାନ ଜାରି କରାଯାଇଛି। କାନାଡା ପୁରା ଘଟଣାକୁ ନେଇ ରାଜନୀତି କରୁଛି। ସେଠାରେ ଭାରତୀୟ କୁଟନିତୀଜ୍ଞମାନେ ସୁରକ୍ଷିତ ନୁହନ୍ତି। ଆତଙ୍କବାଦୀମାନଙ୍କୁ ଶରଣ ଦେଉଥିବା ଦେଶ ଭାବେ ତାର ଛବି ସ୍ପଷ୍ଟ ହେଉଥିବା ଏମ୍ଇଏ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି। ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଥିଲେ। ମୋଦି କିନ୍ତୁ ତାହାକୁ ଖାରଜ କରି ଦେଇଥିବା ସେ କହିଛନ୍ତି।

ପ୍ରକାଶ ଯେ,ଚଳିତ ବର୍ଷ ଜୁନ ମାସରେ କାନାଡାର ଜଣେ ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।ନିଜାରଙ୍କ ହତ୍ୟା ପଛରେ ଭାରତ ସରକାର ଷଡଯନ୍ତ୍ର କରିଥାଇ ପାରନ୍ତି ବୋଲି ଟ୍ରୁଡୋ ଅଭିଯୋଗ କରିଛନ୍ତି। ସେ ଭାରତ ବିରୋଧରେ ଗୁରୁତର ଅଭିଯୋଗ କରିବା ପରେ ଉଭୟ ଦେଶର ମଧ୍ୟରେ ତିକ୍ତତା ବଢିଛି। ତେବେ ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। କାନାଡାର ଏହି ଅଭିଯୋଗ ପରେ ଭାରତ ମଧ୍ୟ କାନାଡାର ବରିଷ୍ଠ କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହାଛଡା ଗୁରୁବାର କାନାଡାରେ ଭାରତ ପାଇଁ ଭିଜା ସେବା କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି।

Share