ଏପଟେ ମଲ ସେପଟେ ମାରିଲ

ଲିବ୍ୟା ରାଜଧାନୀ ତ୍ରିପୋଲିରୁ ୧୧୦ କି.ମି. ଦୂର ଜ୍ୱାରା ସହରରୁ ୮୬ ଜଣ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଜାହାଜଟି ଭୂମଧ୍ୟସାଗରରେ ବୁଡ଼ିଯିବାରୁ ୬୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଫର୍‌ ମାଇଗ୍ରେଶନ (ଆଇଓଏମ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସମୁଦ୍ରପଥରେ ଦେଶାନ୍ତରର ବିପଜ୍ଜନକ ଯାତ୍ରା ଓ ମୃତ୍ୟୁର ଇତିହାସକୁ ଯଦି ଦେଖାଯାଏ ତେବେ ଏହା ଆରମ୍ଭ ହୋଇଥିଲା ଭିଏଟ୍‌ନାମର ବୋଟ୍‌ ପିପୁଲଙ୍କଠାରୁ। ୧୯୭୫ରେ ଭିଏଟ୍‌ନାମରୁ ଆମେରିକା ଓହରି ଯାଇଥିଲା। ତା’ଫଳରେ ସେଠାରେ ଯୁଦ୍ଧ ଶେଷହେଲା ଏବଂ ଉଭୟ ସୋଭିଏଟ୍‌ ରୁଷିଆ ଓ ଚାଇନା ସମର୍ଥିତ କମ୍ୟୁନିଷ୍ଟ ଶାସକମାନେ ସମଗ୍ର ଦେଶ ଅର୍ଥାତ୍‌ ଉତ୍ତର ଓ ଦକ୍ଷିଣ ଭିଏଟ୍‌ନାମରେ ବିଜୟ ଲାଭ କଲେ। ଏହା ଫଳରେ ଦୀର୍ଘଦିନ ଧରି ଆମେରିକାର ଯୁଦ୍ଧକୁ ସମର୍ଥନ କରିଆସୁଥିବା କମ୍ୟୁନିଷ୍ଟ ବିରୋଧୀ ଲୋକମାନେ ଭିଏଟ୍‌ନାମ ଛାଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ। ସାନବଡ଼ ଡଙ୍ଗାରେ ସେମାନେ ଜୀବନ ବଞ୍ଚାଇବା ପାଇଁ ଯେଉଁ ଉଦ୍ୟମ କରିଥିଲେ ସେଥିରେ ମଧ୍ୟ ଅନେକଙ୍କର ମୃତ୍ୟୁ ଘଟିଥିଲା। ତାହା ସମ୍ଭବତଃ ଥିଲା ପୃଥିବୀର ବଡ଼ ଧରଣର ଦେଶାନ୍ତରଣ ଏବଂ ସେମାନଙ୍କୁ ‘ବୋଟ୍‌ ପିପୁଲ’ ଆଖ୍ୟା ଦିଆଯାଇଥିଲା। ୧୯୯୫ ମଧ୍ୟରେ ପ୍ରାୟ ୯ ଲକ୍ଷ ଭିଏଟ୍‌ନାମ ଶରଣାର୍ଥୀ ହଂକଂ, ଇଣ୍ଡୋନେସିଆ, ମ୍ୟାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ ଆଦି ଦେଶକୁ ଚାଲିଯାଇଥିଲେ। ଗୋଟିଏ ଦେଶରୁ ବିପୁଳ ସଂଖ୍ୟକ ଲୋକ ସ୍ଥାନାନ୍ତର ହେବା ଯେତିକି ଚିନ୍ତାଜନକ ଥିଲା ସେଥିରୁ ୨ରୁ ୪ ଲକ୍ଷଙ୍କର ମୃତ୍ୟୁ ଘଟିବା ଅତ୍ୟନ୍ତ ଦୁଃଖଦାୟକ। ତେବେ ଉତ୍ତର ଆଫ୍ରିକୀୟ ଦେଶ ଲିବ୍ୟାର ଏକଚ୍ଛତ୍ରବାଦୀ ଶାସକ କର୍ନେଲ ମୁଆମାର ଗଦାଫିଙ୍କୁ ଗାଦିଚ୍ୟୁତ କରିବା ଲାଗି ୨୦୧୧ରେ ସେଠାରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା ଓ ସେହି ସମୟରୁ ଲୋକେ ଅନ୍ୟ ଦେଶକୁ ପଳାୟନ ଆରମ୍ଭ କରିଥିଲେ। ନାଟୋ ସହଯୋଗରେ ବିଦ୍ରୋହୀମାନେ ଗଦାଫିଙ୍କୁ ହତ୍ୟା କରିବା ପରେ ୪ ଦଶନ୍ଧିର ଏକଚ୍ଛତ୍ରବାଦ ଶାସନର ଅବସାନ ଘଟିଥିଲା। କିନ୍ତୁ ଗଦାଫିଙ୍କ ମୃତ୍ୟୁ ପରେ ଲିବ୍ୟାରେ ଅରାଜକତା ସୃଷ୍ଟି ହୋଇଗଲା। ଏଥିଯୋଗୁ ରାଜନୈତିକ ସ୍ଥିରତା ଆସିପାରୁନାହିଁ କି ଦେଶାନ୍ତରଣ ବନ୍ଦ ହୋଇପାରିନାହିଁ। ବିଶେଷକରି ଲିବ୍ୟା ଶରଣାର୍ଥୀମାନେ ଭୂମଧ୍ୟସାଗର ଦେଇ ଇଟାଲି, ଗ୍ରୀସ, ସ୍ପେନ ଆଦି ୟୁରୋପୀୟ ଦେଶକୁ ଚାଲିଯାଉଛନ୍ତି। ଜାନୁୟାରୀ ୨୦୨୩ରୁ ସେପ୍ଟେମ୍ବର ୩୦ ସୁଦ୍ଧା ୧,୮୬,୦୦୦ ଲିବ୍ୟା ଶରଣାର୍ଥୀ ୟୁୁରୋପୀୟ ଦେଶଗୁଡ଼ିକୁ ଚାଲିଯାଇଛନ୍ତି ଓ ସମୁଦ୍ରପଥରେ ଯିବା ସମୟରେ ସେମାନଙ୍କ ମଧ୍ୟରୁ ୨,୫୦୦ଙ୍କ ମୃତ୍ୟୁ କିମ୍ବା ନିଖୋଜ ହୋଇଥିବା ୟୁଏନ୍‌ ହାଇକମିଶନ ଫର ରିଫ୍ୟୁଜିସ (ୟୁଏନ୍‌ଏଚ୍‌ସିଆର୍‌)ବା ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ ତଥ୍ୟରୁ ଜଣାପଡ଼ିଛି। ୨୦୨୨ରେ ଏହି ସଂଖ୍ୟା ଥିଲା ୧,୬୮୦। କେବଳ ଲିବ୍ୟା ନୁହେଁ ମ୍ୟାନ୍‌ମାର, ସୁଦାନ, ଦକ୍ଷିଣ ସୁଦାନ, ସିରିଆ, ସୋମାଲିଆ, ଇରିଟ୍ରିଆ ଓ ଆଫଗାନିସ୍ତାନ ଭଳି ଦେଶରୁ ଲୋକମାନେ ଅଧିକ ସଂଖ୍ୟାରେ ଦେଶାନ୍ତର ହେବାରେ ଲାଗିଛନ୍ତି।
ବିଭିନ୍ନ ଦେଶରେ ଗୃହଯୁଦ୍ଧ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହି ଲୋକମାନେ ନିଜ ଦେଶଛାଡ଼ି ଅନ୍ୟ ଦେଶକୁ ଗଲାପରେ ସେଠାରେ ସ୍ଥାନୀୟ ଭାଷା, ସଂସ୍କୃତି, ଖାଦ୍ୟ ଭଳି ଅନେକ ସାମାଜିକ ଦିଗରୁ ସେଠାକାର ଲୋକଙ୍କ ସାଙ୍ଗରେ ମିଶିପାରୁନାହାନ୍ତି। ଫଳରେ ୟୁରୋପର ଅନେକ ଦେଶରେ ବିଦେଶୀମାନେ ଅଶାନ୍ତି ସୃଷ୍ଟି କଲେଣି। ପୋଲାଣ୍ଡ, ହଙ୍ଗେରୀ ଓ ସ୍ପେନ ଭଳି ଅନେକ ୟୁରୋପୀୟ ଦେଶ ଏବେ ଏହି ବିଦେଶୀଙ୍କୁ ସ୍ବୀକାର କରିବା ନୀତିକୁ ବିରୋଧ କରିବା ସହିତ ପୁନର୍ବିଚାର ପାଇଁ ଦାବି କଲେଣି। ୟୁରୋପକୁ ମୁଖ୍ୟତଃ ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟରୁ ଶରଣାର୍ଥୀ ବହୁଳ ସଂଖ୍ୟାରେ ଆସୁଥିବାରୁ ସେମାନଙ୍କର ପ୍ରଥମ ସମସ୍ୟା ଧର୍ମକୁ ନେଇ ଆରମ୍ଭ ହୋଇଗଲାଣି। ସ୍ଥିତି ବଡ଼ ବିଚିତ୍ର ପାଲଟି ଗଲାଣି। ଯେଉଁ ଦେଶ ଏହି ଶରଣାର୍ଥୀମାନଙ୍କୁ ସ୍ବୀକାର କରିବ ତାହା ଖୁବ୍‌ଶୀଘ୍ର ସାମାଜିକ ମୃତ୍ୟୁର ସମ୍ମୁଖୀନ ହେବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଉଛି। ଅନ୍ୟପଟେ ଏହି ବିପୁଳ ସଂଖ୍ୟକ ଶରଣାର୍ଥୀଙ୍କୁ ଅସ୍ବୀକାର କରାଯାଉଥିବାରୁ ସେମାନଙ୍କର ତତ୍‌କ୍ଷଣାତ ମୃତ୍ୟୁ ଘଟୁଛି। ଅର୍ଥାତ୍‌ ଏପଟେ କଲେ ମଲ ସେପଟେ ନ କଲେ ମଲ। ଏହି ସମସ୍ୟାର ସମାଧାନ କାହାରି ପାଖରେ ନ ଥିଲା ଭଳି ମନେହେଉଛି। କେବଳ ରୁଷିଆ ଭଳି ଏକ ବିରାଟକାୟ ଦେଶରେ ଏହି ଶରଣାର୍ଥୀମାନଙ୍କୁ ରଖାଯାଇପାରିଲେ ହୁଏତ, କିଛି ଅଂଶରେ, ସମସ୍ୟାର ସମାଧାନ ମିଳିପାରେ।

ୟୁରୋପକୁ ମୁଖ୍ୟତଃ ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟରୁ ଶରଣାର୍ଥୀ ବହୁଳ ସଂଖ୍ୟାରେ ଆସୁଥିବାରୁ ସେମାନଙ୍କର ପ୍ରଥମ ସମସ୍ୟା ଧର୍ମକୁ ନେଇ ଆରମ୍ଭ ହୋଇଗଲାଣି। ସ୍ଥିତି ବଡ଼ ବିଚିତ୍ର ପାଲଟି ଗଲାଣି। ଯେଉଁ ଦେଶ ଏହି ଶରଣାର୍ଥୀମାନଙ୍କୁ ସ୍ବୀକାର କରିବ ତାହା ଖୁବ୍‌ଶୀଘ୍ର ସାମାଜିକ ମୃତ୍ୟୁର ସମ୍ମୁଖୀନ ହେବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର

ଙ୍କାନାଳ-ପଶ୍ଚିମ କଟକ ଯୁଗ୍ମ ଲୋକ ସଭା ନିର୍ବାଚନମଣ୍ଡଳୀର ପ୍ରଥମ ସାଂସଦ ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଜି ୫୭ତମ ପୁଣ୍ୟତିଥି। ଭାରତବର୍ଷର ପ୍ରଥମ ସାମ୍ବିଧାନିକ...

ସମବାୟରେ ଅର୍ଥନୈତିକ ସମାନତା

କୌଣସି ଦେଶ ସ୍ବାଧୀନ ହେବା ପରେ ଯେଉଁ ଅର୍ଥନୈତିକ ବିକାଶ ଘଟେ ତାହା ଦେଶର ରାଜନୈତିକ ସ୍ଥିତି ଅନୁସାରେ ପରିଗଣିତ ହୁଏ। କିଏ ପୁଞ୍ଜିବାଦ ଚାହେଁ...

ସହାନୁଭୂତି ହ୍ରାସ

୨୦୨୧ରେ ତାଲିବାନ୍‌ ଦ୍ୱିତୀୟ ଥର ଆଫଗାନିସ୍ତାନରେ କ୍ଷମତା ଦଖଲକରିବା ପରେ ମହିଳାଙ୍କ ଅଧିକାର ଛଡ଼ାଇନେବା ସହ ଏବେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ କରିଦେଇଛି। ଏହି...

ଏଇ ଭାରତରେ

ବାୟୋଫର୍ଟିଫାଏଡ ସିଡ୍‌ସ ବା ମଞ୍ଜି ଅର୍ଥାତ୍‌ ଏହି ମଞ୍ଜିକୁ ବ୍ୟବହାର କରି ଯେଉଁ ଶସ୍ୟ ଉପତ୍ାଦନ କରାଯାଏ ସେଥିରେ ଆଇରନ, ଜିଙ୍କ୍‌, ମାଙ୍ଗାନିଜ, କପର ଆଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri