Categories: ଜାତୀୟ

ଅଢ଼େଇ ମାସରେ ୧୬ ବିମାନରେ ଯାନ୍ତ୍ରିକ ତ୍ରୁଟି…

ନୂଆଦିଲ୍ଲୀ,୧୭।୭ : ରବିବାର ଏକ ଇଣ୍ଡିଗୋ ବିମାନ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିଛି। ବୈଷୟିକ ତ୍ରୁଟି ଯୋଗୁ ବିମାନଟିକୁ ପାକିସ୍ତାନର କରାଚିରେ ଅବତରଣ କରିଥିବା କୁହାଯାଇଥିଲା। ଏହା ପୂର୍ବରୁ ଜୁଲାଇ ୫ରେ ମଧ୍ୟ ସ୍ପାଇସଜେଟର ଏକ ବିମାନ କରାଚିରେ ଯାନ୍ତ୍ରିିକ ତ୍ରୁଟି ଯୋଗୁ ଅବତରଣ କରିଥିଲା। ଗତ ଅଢ଼େଇ ମାସ ମଧ୍ୟରେ ୧୬ ବିମାନକୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଜରୁରୀ ଅବତରଣ କରାଯାଇଛି।

ଜୁଲାଇ ୧୫ରେ ହାଇଡ୍ରୋଲିକ ଲିଙ୍କରେ ବିଫଳତା ଯୋଗୁ ଶାରଜା ଠାରୁ କୋଚି ଆସୁଥିବା ଏୟାର ଆରବ ବିମାନକୁ ତୁରନ୍ତ କୋଚି ବିମାନ ବନ୍ଦରରେ ଅବତରଣ କଲାଯାଇଥିଲା। ବିମାନରେ ୨୨ ଯାତ୍ରୀ ଥିଲେ। ୧୪ ଜୁଲାଇରେ ଦିଲ୍ଲୀରୁ ବଡ଼ୋଦରା ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୬-ଇ-୮୫୯କୁ ଜୟପୁରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ସେହିପରି ୧୧ ଜୁଲାଇ ସ୍ପାଇସଜେଟର ଦୁବାଇ-ମୁଦୁରାଇ ବୋଇଂ ବିମାନରେ ଯାନ୍ତ୍ରିକ ତ୍ରୁଟି ଦୃଷ୍ଟିଗୋଚର ହୋଇଥିଲା।
୬ ଜୁଲାଇ ରେ ବ୍ୟାଙ୍କକ-ଦିଲ୍ଲୀ ବିମାନରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ୫ ଜୁଲାଇରେ ରାୟପୁର-ଇନ୍ଦୋର ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା।

୫ ଜୁଲାଇରେ ରାୟପୁର-ଇନ୍ଦୋର ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା।
୫ ଜୁଲାଇ ସ୍ପାଇସଜେଟର କ୍ୱ୍ୟୁ-୪୦୦ କାଣ୍ଡଲା-ମୁମ୍ବାଇ ବିମାନର ୱିଣ୍ଡୋଶିଲ୍ଡରେ ୨୩ ହଜାର ଫୁଟ ଉଚ୍ଚରେ ଉଡୁଥିବା ସମୟରେ ଏକ ଫାଟ ସୃଷ୍ଟି ହୋଇଥିଲା। ଏହା ପରେ ଏହାକୁ ତୁରନ୍ତ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରାଯାଇଥିଲା।

୫ ଜୁଲାଇ ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସଜେଟ ବିମାନକୁ ମଧ୍ୟ ଜରୁରୀ ଅବତରଣ କରାଯାଇଥିଲା।
୨ ଜୁଲାଇ ଜଜଲପୁର ଯାଉଥିବା ସ୍ପାଇସଜେଟ ବିମାନରୁ ଧୂଆଁ ବାହାରିବା ପରେ।
ଦିଲ୍ଲୀ ବିମାନ ବନ୍ଦରରେ ଏହାକୁ ଅବତରଣ କରାଯାଇଥିଲା।
ଜୁନ ୨୦ରେ ଆସାମର ଗୁଆହାଟୀରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ ପକ୍ଷୀ ସହ ଧକ୍କା ହୋଇଥିଲା। ତରବରିଆ ଭାବେ ବିମାନକୁ ଗୁଆହାଟୀ ବିମାନବନ୍ଦରରେ ଅବତରଣ କରିବାକୁ ପଡିଥିଲା। ୧୯ ଜୁନରେ ସ୍ପାଇସଜେଟର ଦିଲ୍ଲୀ-ଜବଲପୁର ବିମାନକୁ କ୍ୟାବିନ୍‌ ଚାପରେ ସନ୍ତୁଳନ ନ ରହିବା ଯୋଗୁ ଅବତରଣ କରାଯାଇଥିଲା। ୭ ଜୁନରେ ବାଂଲାଦେଶରୁ ଆବୁଧାବି ଅଭିମୁଖେ ଯାଉଥିବା ଏୟାର ଆରବ ବିମାନରେ ଏକ ଇଞ୍ଜିନ ଅକାମୀ ହୋଇଯାଇଥିଲା। ଏହା ପରେ ବିମାନକୁ ଅହମ୍ମଦାବାଦ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ମେ ୨୦ରେ ଏୟାର ଇଣ୍ଡିଆର ଏୟାରବସ ଏ-୩୨୦ ବିମାନ ୨୭ ମିନିଟ ଉଡ଼ିବା ପରେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିଲା। ୬ ମେ ରେ ଏୟାର ଇଣ୍ଡିଆର ଦିଲ୍ଲୀ-ଖଜୁରାହୋ ବିମାନ ଖଜୁରାହୋରେ ପହଞ୍ଚିବା ପରେ ବିମାନର ଗେଟ ଖୋଲି ନଥିଲା। ବିମାନକୁ ଦିଲ୍ଲୀ ଫେରିବାକୁ ପଡ଼ିଥିଲା ।
୩ ମେ ରେ ଚେନ୍ନାଇରୁ ଦୁର୍ଗାପୁର ପର୍ଯ୍ୟନ୍ତ ଯାଉଥିବା ସ୍ପାଇସଜେଟର ଏସଗି-୩୩୧ ବିମାନ ବୈଷୟିକ ସମସ୍ୟା ଯୋଗୁ ଉଡ଼ାଣ କରେ ଚେନ୍ନାଇକୁ ଫେରି ଯାଇଥିଲା।

Share