Categories: ଖେଳ

ବିବାହ ପରେ ହନିମୁନ୍‌ ନୁହେଁ, ଟୁର୍ନାମେଣ୍ଟ ଖେଳିବେ ଏହି ପ୍ରସିଦ୍ଧ ଖେଳାଳି

ଟୋକିଓ ଅଲିମ୍ପିକ୍ସରେ ପଦକ ଦାବିଦାର କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ନଭେମ୍ବର ୨୫ରେ ସଙ୍ଗୀତା ଫୋଗଟଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ। ସଙ୍ଗୀତା ହେଉଛଛି ଦଙ୍ଗଲ ଗର୍ଲ ଗୀତା ଏବଂ ବବିତାଙ୍କ ଭଉଣୀ। ମହାବୀର ଫୋଗାଟଙ୍କ ଝିଅ ସଙ୍ଗୀତା ମଧ୍ୟ ଜଣେ ରେସ୍‌ଲର। ବଜରଙ୍ଗ କହିଛନ୍ତି ଯେ, ବିବାହ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଉପରେ ପ୍ରଭାବ ପକାଇବ ନାହିଁ। ସେ ବିବାହ ପରେ ହନିମୁନରେ ଯିବେ ନାହିଁ, କିନ୍ତୁ ଆମେରିକାରେ ଟୁର୍ନାମେଣ୍ଟ ଖେଳିବେ। ପ୍ରତ୍ୟେକ ମାତାପିତା ଧୁମ୍‌ଧାମରେ ପୁଅର ବିବାହ କରିବାର ସ୍ବପ୍ନ ଦେଖନ୍ତି, କିନ୍ତୁ କରୋନା ଯୋଗୁ ଏହା ସମ୍ଭ ହୋଇପାରୁନାହାନ୍ତି। ଏହାକୁ ଧ୍ୟାନରେ ରଖି କେବଳ ୧୦୦-୧୫୦ ଲୋକ ବିବାହ ଉତ୍ସବରେ ଯୋଗଦେବେ। ଅଲିମ୍ପିକ୍ସ ପରେ ବିବାହ ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ଅଲିମ୍ପିକ୍ସକୁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା। ଏବେ ଏହାକୁ ଆସନ୍ତା ବର୍ଷ ପାଇଁ ସ୍ଥଗିତ ରଖିବା ଠିକ ନୁହେଁ। ବିବାହର ୧୫.୨୦ ଦିନ ପରେ ଆମେରିକାର ଟେକ୍ସାସରେ ଏକ ଟୁର୍ନାମେଣ୍ଟ ଖେଳିବାକୁ ଯାଉଛନ୍ତି। ଟୁର୍ନାମେଣ୍ଟ ପରେ ସେ ମିଶିଗାନ ବିଶ୍ୱବିଦ୍ୟାଳୟରେ ଏକ ମାସ ପାଇଁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବେ। ଆୟୋଜକମାନେ ସେମାନଙ୍କୁ ସେଠାରେ ପ୍ରସ୍ତୁତି ପାଇଁ ଉପଲବ୍ଧ କରାଇବେ।

Share