ସିଲଂ : ବର୍ତ୍ତମାନ ସମୟରେ ମେଘାଳୟ ରାଜ୍ୟରେ ଭୋଟ ପ୍ରକ୍ରିୟା ଜାରି ରହିଛି। ସେଠାରେ ଲୋକଙ୍କୁ ଭୋଟ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ସେଠାକାର ସରକାର ଏକ ଭିନ୍ନ ଉପାୟ ଅବଲମ୍ବନ କରିଛି। ପୋଲିଂ ବୁଥ୍ରେ ପ୍ରଥମକରି ଭୋଟ ଦେଇଥିବା ପ୍ରଥମ ୫ ଭୋଟରଙ୍କୁ ମେଘାଳୟ ପକ୍ଷରୁ ସମ୍ମାନପୂର୍ବକ ମେଡାଲ ପ୍ରଦାନ କରାଯାଇଛି। ଭାରତର ଇଲେକ୍ସନ କମିଶନର ମଧ୍ୟ ସେଠାରେ ପ୍ରଥମ କରି ଭୋଟ ଦେଇ ଏହି ମେଡାଲରେ ସମ୍ମାନିତ ହୋଇଛନ୍ତି। ଏଥିଯୋଗୁ ଲୋକଙ୍କ ମନୋବଳ ବୃଦ୍ଧି ପାଇବ ଆଉ ସେମାନେ ନିଜ ସରକାର ନିଜେ ବାଛିପାରିବେ।