ଗଣତନ୍ତ୍ରର ୩ ସ୍ତମ୍ଭକୁ ଧରି ରଖିଛି ଗଣମାଧ୍ୟମ

ଜଗତ୍‌ସିଂହପୁର, ୨୬।୭ (ପ୍ରମୋଦ କୁମାର ନାୟକ )
ଗଣତନ୍ତ୍ରର ୩ଟି ସ୍ତମ୍ଭ କଥା ଆମେ ଜାଣିଛନ୍ତି, କିନ୍ତୁ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ କୁହାଯାଉଛି। ଏହା ଆଜିର ସମାଜରେ ସବୁଠାରୁ ମୁଖ୍ୟ ତତ୍ତ୍ବ। ଆମେ ଯେତେବେଳେ ଶିବଙ୍କ ପାଖରେ ବେଲପତ୍ର ଅର୍ପଣ କରୁଛୁ, ସେତେବେଳେ ଗୋଟିଏ ତ୍ରିଶାଖା ବେଲପତ୍ରର ଆବଶ୍ୟକତା ଅଧିକ ମନେହୁଏ। ଗଣତନ୍ତ୍ରରେ ଏହି ତ୍ରିଶାଖା ବେଲ ପତ୍ର ହେଉଛି ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା। ଆଉ ଚତୁର୍ଥ ସ୍ତମ୍ଭ ଅର୍ଥାତ୍‌ ଗଣମାଧ୍ୟମ ହେଉଛି ଏହି ୩ ପତ୍ରକୁ ଧରି ରଖିଥିବା ଗୁରୁତ୍ୱପୂର୍ଣ୍ଣ ଅଂଶ ଅର୍ଥାତ୍‌ ଡେମ୍ଫ। ସମାଜକୁ ସୁଧାରିବା କ୍ଷେତ୍ରରେ ଏହାର ବହୁତ ଦାୟିତ୍ୱ ରହିଛି। ମଙ୍ଗଳବାର ପାରାଦୀପସ୍ଥିତ ପାରାଦୀପ ମହାବିଦ୍ୟାଳୟ ପରିସରରେ ଧରିତ୍ରୀ ପକ୍ଷରୁ ଏହାର ୫୦ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ ‘ଗଣତନ୍ତ୍ର, ଗଣମାଧ୍ୟମ ଓ ଯୁବପିଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସସ୍ମିତା ଶତପଥୀ ଏହା କହିଛନ୍ତି। ପ୍ରତ୍ୟେକସ୍ତରରେ ଦୁର୍ନୀତି ହେଉଛି। ଏ ପରିସ୍ଥିତିରେ ଦୁର୍ନୀତିରୁ ଆମେ କିପରି ମୁକ୍ତି ପାଇବା ସେନେଇ ଗଣମାଧ୍ୟମର ବିଶେଷ ଭୂମିକା ରହିଛି। ମହତ୍‌ ଲକ୍ଷ୍ୟ ରଖି ପରମାଣୁ ଶକ୍ତି ଆବିଷ୍କାର ହୋଇଥିଲା। ଏହି ଶକ୍ତିରୁ ବିଦ୍ୟୁତ ଶକ୍ତିର ଆବଶ୍ୟକତା ପୂରଣ ହୋଇପାରୁଛି। କିନ୍ତୁ ପରମାଣୁ ଶକ୍ତିରୁ ଅଣୁ ଓ ପରମାଣୁ ବୋମା ମଧ୍ୟ ପ୍ରସ୍ତୁତ ହେଉଛି, ଯାହା ଖୁବ କମ୍‌ସମୟ ମଧ୍ୟରେ ପୃଥିବୀରେ ବିଭୀଷିକା ସୃଷ୍ଟି କରିପାରିବ। ତେଣୁ ଯୁବପିଢ଼ି ବାସ୍ତବରେ ପରମାଣୁ ଶକ୍ତିରୁ ବିଦ୍ୟୁତ ଭଳି ସକାରାତ୍ମକ ଦିଗକୁ ଗ୍ରହଣ କରିବେ କି ବୋମା ତିଆରି ଆଡ଼କୁ ଯିବେ, ତାହା ବିଚାର କରିବାର ସମୟ ଆସିଛି। ଶକ୍ତିର ବାସ୍ତବ ଉତ୍ସକୁ ଗ୍ରହଣ କରି ଏହାର ସୁପରିଚାଳନା କରିବା ଯୁବ ସମାଜର ଦାୟିତ୍ୱ। ଛାତ୍ର ଜୀବନରେ ଶୃଙ୍ଖଳା ବଡ଼ ପୁଞ୍ଜି। ଅହରହ ସକାରାତ୍ମକ ଚିନ୍ତା ରଖି କର୍ତ୍ତବ୍ୟ କରିଚାଲିଲେ ଲକ୍ଷ୍ୟ ପୂରଣ ହେବ। ଏନେଇ ଯୁବଗୋଷ୍ଠୀ ଗଣମାଧ୍ୟମର ଠିକ୍‌ ଉପଯୋଗ କରିବା ଦରକାର। ଗଣତନ୍ତ୍ରର ଚାରୋଟି ଯାକ ସ୍ତମ୍ଭକୁ ମଜଭୁତ କରିବା ଜରୁରୀ ବୋଲି ଅଧ୍ୟକ୍ଷା ଶତପଥୀ କହିଥିଲେ। ଅନ୍ୟତମ ଅତିଥି ତଥା ପାରାଦୀପ ପୌରାଧ୍ୟକ୍ଷ ତଥା ମୋ କଲେଜ ଅଭିଯାନ ସଭ୍ୟ ବସନ୍ତ ବିଶ୍ୱାଳ ଧରିତ୍ରୀର ଅଭିଯାନକୁ ସାଧୁବାଦ ଜଣାଇଥିଲେ। ସେ କହିଥିଲେ, ‘ଧରିତ୍ରୀ’ ତା’ର ପ୍ରତିଷ୍ଠା ବଜାୟ ରଖିପାରିଛି। ସାଧାରଣ ଜନତାଙ୍କ ସ୍ବର ସରକାରଙ୍କ ପାଖରେ ପହଞ୍ଚାଇପାରୁଛି। ନ୍ୟାୟରୁ ବଞ୍ଚତ୍ତ ଲୋକଙ୍କ ପାଇଁ ଅହରହ ଚେଷ୍ଟା ଜାରି ରଖିଛି। ଗଣମାଧ୍ୟମର ମୌଳିକତା ଅର୍ଥାତ୍‌ ସତ୍ୟ, ନିର୍ଭୀକ ଓ ନିରପେକ୍ଷ ଖବର ପରିବେଷଣ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଛି। ଏହି ଅବସରରେ ସେ ଗଣତନ୍ତ୍ରର ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରି କହିଥିଲେ, ସୁଶାସନ ଦେବା ଲୋକ ପ୍ରତିନିଧିଙ୍କ ଦାୟିତ୍ୱ। ଏଥିରୁ ବିଚ୍ୟୁତି ହେଲେ କିମ୍ବା ଶାସକ ସ୍ବେଚ୍ଛାଚାରୀ ହେଲେ, ତା’ଉପରେ ଅଙ୍କୁଶ ଲଗାଇବା ପାଇଁ ଗଣମାଧ୍ୟମର ଗୁରୁ ଦାୟିତ୍ୱ ରହିଛି। ଶାସକଙ୍କୁ ତାଙ୍କ ପୂର୍ବ କଥା ମନେପକାଇ ସତର୍କ କରେଇ ଦେବା ପାଇଁ ଗଣମାଧ୍ୟମ ଚେଷ୍ଟିତ ରହୁଛି ବୋଲି ବିଶ୍ୱାଳ କହିଥିଲେ। ବକ୍ତୃତା ପ୍ରତିଯୋଗିତାର ବିଚାରକ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହକାରୀ ପରିବେଶ ବୈଜ୍ଞାନିକ ଅନ୍ବେଷା ପଣ୍ଡା କହିଥିଲେ, ଯୁବପିଢ଼ିଙ୍କ ପାଖରେ ପ୍ରସଙ୍ଗର ଗମ୍ଭୀରତା ବୁଝିବା ଶକ୍ତି ଅଛି। କେବଳ ସେମାନେ ଏହାର ବିନିଯୋଗ କଲେ ସଫଳତା ନିଶ୍ଚୟ ମିଳିବ ବୋଲି କହି ସେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ପ୍ରୋତ୍ସାହିତ କରିଥିଲେ। ଅନ୍ୟତମ ବିଚାରକ ତଥା ପାରାଦୀପ ଏନ୍‌ଏସସି ବାଳିକା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ରୋହିତ ମହାପାତ୍ର କହିଥିଲେ, ନିର୍ଭୀକ, ସତ୍ୟ, ନିରପେକ୍ଷ ଏବଂ ତଥ୍ୟଭିତ୍ତିକ ଖବରର ଆବଶ୍ୟକତା ସବୁବେଳେ ରହିଛି। ଯୁବପିଢ଼ି ଆଧୁନିକତାର ଦ୍ୱାହି ଦେଇ ପଥଭ୍ରଷ୍ଟ, ନୀତିଭ୍ରଷ୍ଟ ହେଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ତେଣୁ ସମାଜ ତଥା ଗଣତନ୍ତ୍ର ପାଇଁ ଗଣମାଧ୍ୟମର ଯେତିକି ଭୂମିକା ରହିଛି, ଯୁବ ସମାଜର ମଧ୍ୟ ଅନୁରୂପ ଭୂମିକା ଥିବା ସେ କହିଥିଲେ। ପ୍ରତିଯୋଗିତାରେ ଭାଗ ନେଇଥିବା କେତେଜଣ ଛାତ୍ରୀଛାତ୍ର ସମ୍ପ୍ରତି ସମାଜରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। କିନ୍ତୁ କେତୋଟି ଗଣମାଧ୍ୟମ ସାଧାରଣ ଲୋକଙ୍କ ମୂଲ୍ୟହୀନ ମନ୍ତବ୍ୟ ଓ ସମ୍ପାଦକମାନଙ୍କର ତ୍ରୁଟିପୂର୍ଣ୍ଣ ଖବର ପରିବେଶ ଉପରେ କୁପ୍ରଭାବ ପକାଉଥିବା ଯୁକ୍ତି ଉପସ୍ଥାପନ କରିଥିଲେ । ଯୁବ ସମାଜକୁ ଦିଶା ଦେଖାଇବା କ୍ଷେତ୍ରରେ ଏହି ଗଣମାଧ୍ୟମ ଦିଗହରା ହୋଇ ପଡିଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରତିଯୋଗିତାରେ ୧୦ ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିବା ବେଳେ ଶିବ ପ୍ରସାଦ ମହାନ୍ତି ପ୍ରଥମ, ରଶ୍ମିତା ମଣ୍ଡଳ ଦ୍ୱିତୀୟ ଓ ଅଙ୍କିତା ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମରେ ଧରିତ୍ରୀ ଉପବାର୍ତ୍ତା ସମ୍ପାଦକ ମିହିର କାନ୍ତ ଦାସ ମଞ୍ଚ ପରିଚାଳନା କରିଥିଲେ । ଧରିତ୍ରୀ ଜଗତ୍‌ସିଂହପୁର ଜିଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପାରାଦୀପ ପ୍ରତିନିଧି ଶରତ କୁମାର ରାଉତ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଧରିତ୍ରୀର ବରିଷ୍ଠ ସହ ସମ୍ପାଦକ ଅରୁଣପ୍ରସାଦ କାନୁନ୍‌ଗୋ, ସହ ସମ୍ପାଦକ ଅରବିନ୍ଦ ମହାନ୍ତି, ରାହାମା ଖବରଦାତା ଶ୍ରୀକାନ୍ତ ଦାସ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri